ସରକାରଙ୍କ ଗଳାରେ ଟାଟା ପାୱାର କଂଟା

  • 06-May-2022
  • 0 Comments


ଭୁବନେଶ୍ୱର, (ବିଡିଏନ୍ଏସ୍): ରାଜ୍ୟରେ ଘନଘନ ବିଜୁଳି କାଟ ଜାରି ରହିଥିବାରୁ ବିଧାନସଭା କମିଟି ଉଦ୍ବେଗ ପ୍ରକାଶ କରିଛି । ଶୁକ୍ରବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା କମିଟି ବୈଠକରେ ବହୁ ସମସ୍ୟା ଆଲୋଚନା ପରିସରକୁ ଆସିଥିଲେ ମଧ୍ୟ ତାହାର ଆଶୁ ସମାଧାନ ହୋଇପାରିନି । ରାଜ୍ୟରେ ବିଜୁଳି ସଂକଟ ଜାରି ରହିଥିଲେ ମଧ୍ୟ ସରକାର ତାକୁ ମାନିବାକୁ ନାରାଜ । ବିଜୁଳି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ବଳକା ବୋଲି ବାଚସ୍ପତି ପାତ୍ର ଦୃଢ଼ତାର ସହ କହିଛନ୍ତି । ଟାଟା ପାୱାର ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ରହିଛି । କମ୍ପାନୀର ଉପଭୋକ୍ତା ଶୋଷଣ ନୀତି ସରକାରଙ୍କୁ ସୁହାଇଛି । 
ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ମାପିଚୁପି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଚୁକ୍ତି ଅନୁସାରେ ବିଜୁଳି ଯୋଗାଣ ନକରି ରାଜ୍ୟର ଦୁଇଟି ବିଦୁ୍ୟତ ବିତରଣ କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ରହିତାଦେଶ ପାଇଥିଲେ ମଧ୍ୟ ପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ ମାନି ବିଜୁଳି ଯୋଗାଇବାକୁ ରାଜି ହୋଇଥିଲେ । ଯାହା ଜଣାପଡୁଛି, ଟାଟା ପାୱାର ସହ ରାଜିନାମା କରି ସରକାର ଠିକ୍ କରି ନଥିବା ଜାଣିପାରୁଥିଲେ ମଧ୍ୟ କମ୍ପାନୀର ମନମାନି ଉପରେ ଲଗାମ ଲଗାଇବାର ସାହସ ହରାଇଛନ୍ତି । 

୩୩/୧୧ କେଭି ସଂଯୋଗକୁ ତଦାରଖ ପାଇଁ ସିଷ୍ଟମ ଥିଲେ ବି ସଂଯୋଗ ତଦାରଖ ପାଇଁ ଡିଭାଇସ ନାହିଁ। ଯାହା ଫଳରେ ଗାଁ ଗହଳିରେ ଶକ୍ତି ସମସ୍ୟା ମନିଟର କରିବାକୁ ସମସ୍ୟା ଉପୁଜିଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସଙ୍କଟ ସାମୟିକ ଭାବେ ଥିଲେ ବି ଭବିଷ୍ୟତରେ କିପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ତଦାରଖ ପାଇ ୪ଟି ସବ କମିଟି କରାଯାଇଛି। କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରି ରିପୋର୍ଟ ଦେବ। ବୈଠକରେ କମିଟି ସଦସ୍ୟଙ୍କ ସହ ଶକ୍ତିମନ୍ତ୍ରୀ, ସଚିବ, ଟାଟା କମ୍ପାନିର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
 

Related

News