ପର୍ଯ୍ୟଟକଙ୍କୁ ମାଡ଼ ଗର୍ବର ବିଷୟ?

  • 25-May-2022
  • 0 Comments


୨୭ରେ ଖୋଲିବ ନନ୍ଦନକାନନ ବହୁତଳ ପାର୍କିଂ

ବାରଙ୍ଗ, (ଭାରତଡେଲି): ପରିସ୍ଥିତି ଅଡୁଆ ହେବା ପରେ ନିଦ ଭାଙ୍ଗିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପୁରୁଣା ଅଭ୍ୟାସ । ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ନନ୍ଦନକାନନ କ୍ରମେ ପର୍ଯ୍ୟଟକଙ୍କୁ ମାଡ଼ ମାରି ଦୋଷ ଘୋଡ଼ାଇବାର ତତ୍ପରତା ଦେଖାଇଛି । ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ସେପରି କିଛି ଲକ୍ଷଣ ପ୍ରକାଶ ପାଉନାହିଁ ।
ରବିବାର ଛତିଶଗଡ଼ର ୨୬ଜଣ ପର୍ୟ୍ୟଟକଙ୍କୁ ସଂଘବଦ୍ଧ ଆକ୍ରମଣ, ନନ୍ଦନକାନନର ସୁନାମକୁ ତଳେ ପକାଇଛି। ଘଟଣା ଅଧିକ ବଢ଼ିବା ପୂର୍ବରୁ ୩ ଜଣଙ୍କୁ ବାନ୍ଧି ପୁଲିସ ନିଜର କାର୍ୟ୍ୟ ସାରିଦେଇଛି। ମାତ୍ର ପର୍ୟ୍ୟଟକଙ୍କ ସୁରକ୍ଷା କିଭଳି କରାଯାଇପାରିବ, ସେନେଇ କେହି ଗୁରୁତ୍ବ ଦେଉନାହାନ୍ତି। ପର୍ୟ୍ୟଟକଙ୍କୁ ଦୁର୍ବ୍ୟବହାର ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ହେଲା ନନ୍ଦନକାନନ ଭିତରେ ଓ ବାହାରେ ପର୍ୟ୍ୟଟକ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ୨୦୨୧ରେ ପଶ୍ଚିମବଙ୍ଗ ପର୍ୟ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ପର୍ୟ୍ୟଟକଙ୍କ ଏକ ଗୋଷ୍ଠୀ ଓ ନନ୍ଦନକାନନ କର୍ତୃପକ୍ଷ ମୁହାଁମୁହିଁ ହୋଇଥିଲେ। ତା’ ପରେ ବି ଏହା ଉପରେ ରୋକ୍ ଲଗାଇବାରେ ସ୍ଥାନୀୟ ପୁଲିସ କିମ୍ବା କର୍ତୃପକ୍ଷ କେହି ବି ସଫଳ ହୋଇପାରି ନାହାନ୍ତି।
ପର୍ୟ୍ୟଟକଙ୍କୁ ମାଡ଼ ଘଟଣା ପରେ ଜଙ୍ଗଲ ବିଭାଗ ସାମାନ୍ୟ ତତ୍ପରତା ଦେଖାଇଛି। ପିସିସିଏଫ୍ (ବନ୍ୟପ୍ରାଣୀ) ଶଶି ପଲ୍ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ ନନ୍ଦନକାନନରେ ପର୍ୟ୍ୟଟକଙ୍କ ସହିତ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରେ ନନ୍ଦନକାନନ କର୍ମଚାରୀ ସମ୍ପୃକ୍ତ ନୁହନ୍ତି। ବରଂ ସଫାରି ବସ ସର୍ଭିସର ଆଉଟ ସୋର୍ସିଂ କର୍ମଚାରୀ ଏଭଳି କାଣ୍ଡ ଘଟାଇଛନ୍ତି। 
ବହୁ ପ୍ରତୀକ୍ଷିତ ନନ୍ଦନକାନନ ବହୁତଳ ଗାଡ଼ି ପାର୍କିଂ ଏବେ କାର୍ୟ୍ୟକ୍ଷମ ହେବାକୁ ଯାଉଛି। ମେ’ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କିଂସ୍ଥଳର ଉଦ୍ଘାଟନ କରିବେ। ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହିବେ।
 

୫ ଏକର ପରିମିତ ଜମିରେ ଏହି ବହୁତଳ ଗାଡ଼ି ପାର୍କିଂ ପ୍ରକଳ୍ପ ହୋଇଛି। ସେଥିମଧ୍ୟରୁ ୧୭ହଜାର ୩୩୫ ବର୍ଗ ମିଟରରେ ୩ ତାଲା ବିଶିଷ୍ଟ ପାର୍କିଂ ବିଲଡିଂ ନିର୍ମାଣ ହୋଇଛି। ପ୍ରତି ମହଲାରେ ୫୬୦୦ ବର୍ଗମିଟର ହୋଇଛି। ଏଠାରେ ୫୮୩ରୁ ଅଧିକ ଚାରି ଚକିଆ ଓ ୨୦୦୦ ଦୁଇ ଚକିଆ ଯାନ ରହିପାରିବ। ୩.୯ ଏକରରେ ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଇଛି, ଯେଉଁଠାରେ ୧୩୭ଟି ବସ୍ ରହିପାରିବ। ଏହାବ୍ୟତୀତ ଡ୍ରାଇଭର ରେଷ୍ଟ ରୁମ୍, ଟଏଲେଟ୍ ବ୍ଲକ, ୨ଟି ଲିଫ୍ଟ, ଦିବ୍ୟାଙ୍ଗ ପାଇଁ ରୢାମ୍ପ, ସିସିଟିଭି ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ହୋଇଛି। ୨୦୨୦ ମାର୍ଚ୍ଚ ମାସରୁ ଏହି ପ୍ରକଳ୍ପ କାର୍ୟ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ୟ୍ୟକ୍ଷମ ହୋଇପାରି ନାହିଁ। 

Related

News