ଉପଭୋକ୍ତାଙ୍କୁ ପେଟ୍ରୋଲ, ଡିଜେଲ ଛାଟ

  • 23-Jan-2021
  • 0 Comments


ଚଳିତ ସପ୍ତାହକ ଭିତରେ ଭାରତର ତୈଳ କମ୍ପାନୀମାନେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଏଥର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିିଛା ୨୫ ପଇସା ବଢ଼ାଇ ଦିଆଯିବା ଫଳରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ୭୦ ପଇସା ହୋଇଥିଲା ବେଳେ ଡିଜେଲ ଲିଟର ପିଛା ୭୫ ଟଙ୍କା ୮୮ ପଇସା ହୋଇଛି । 

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୨ ଟଙ୍କା ୨୮ ପଇସା ଓ ଡିଜେଲ ଲିଟର ପିଛା ୮୨ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି । ଚଳିତ ସପ୍ତାହକ ଭିତରେ ପେଟ୍ରୋଲ ଲିଟର ପିଛା ଟଙ୍କାଏ ବୃଦ୍ଧି ପାଇଛି । ସବୁ ରାଜ୍ୟର ସ୍ଥାନୀୟ ଟିକସ ଅବା ଭାଟ ସମାନ ନଥିବାରୁ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସେହି ଅନୁପାତରେ ବଢ଼ିଛି । 

କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ଯଥାକ୍ରମେ ୮୭ ଟଙ୍କା ୧୧ ପଇସା ଓ ୮୮ ଟଙ୍କା ୨୯ ପଇସା । ସେହିପରି କୋଲକାତାରେ ଡିଜେଲ ଲିଟର ପିଛା ୭୯ ଟଙ୍କା ୪୮ ପଇସା ହୋଇଥିଲା ବେଳେ ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା ।

ସାଉଦି ଆରବ ସରକାର ଅଶୋଧିତ ତୈଳ ବଢ଼ାଇ ଥିବାରୁ ଭାରତରେ ତା’ର ପ୍ରଭାବ ପଡ଼ିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି । 

Related

News