ସମୁଦ୍ରରେ ଟ୍ରାଫିକ ଜାମ୍

  • 26-Mar-2021
  • 0 Comments


ଜାହାଜରେ ୨୫ ଭାରତୀୟ କର୍ମଚାରୀ

ଇଜିପ୍ଟର ସୁଏଜ କେନାଲର ପ୍ରବେଶ ପଥକୁ ଅବରୋଧ କରିିଛି କଙ୍ଗୋର ବିରାଟକାୟ ମାଲବାହୀ ଜାହାଜ । ଉକ୍ତ ଜାହାଜରେ କାର୍ଯ୍ୟରତ ୨୫ ଜଣ ଭାରତୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଜାହାଜର ଲମ୍ବ ୪୦୦ ମିଟର ଓ ଓସାର ୫୯ ମିଟର । ଜାହାଜରେ ଏକାବେଳକେ ୨୦ ହଜାର କଂଟେନର ପରିବହନ କରିହେବ । ଏ ଯାଏ ଜାହାଜରୁ ଗୋଟିଏ ହେଲେ କଂଟେନର ପାଣିରେ ପଡ଼ିନାହିଁ । ୨,୨୪ ହଜାର ଟନ ଓଜନର ଜାହାଜ ସୁଏଜ କେନାଲରେ ଅଟକି ରହିଯିବାରୁ ଅନ୍ୟ ଜାହାଜଗୁଡ଼ିକର ଚଳାଚଳ ବନ୍ଦ ହୋଇଯାଇଛି । ଉପଗ୍ରହରୁ ଉଠା ଯାଇଥିବା ଫଟୋ ଜରିଆରେ ଜାହାଜଟି ଅଣେଇ ହୋଇ ରହିଛି । ଜାହାଜକୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜାହାଜର ମୁହଁଟି କେନାଲର ପୂର୍ବଭାଗକୁ ସ୍ପର୍ଶ କରିଥିଲା ବେଳେ ପଛଭାଗଟି ପଶ୍ଚିମକଡ଼କୁ ଛୁଇଁଛି । 

Related

News