‘ଅଗ୍ନିପଥ’ର ଅଗ୍ନିବୀରଙ୍କ ବୟସ ସୀମା ୨୩

  • 17-Jun-2022
  • 0 Comments


ନୂଆଦିଲ୍ଲୀ, (ଭାରତଡେଲି): ଦେଶବ୍ୟାପୀ ପ୍ରତିବାଦ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ‘ଅଗ୍ନିପଥ’ରେ ବୟସ ସୀମାକୁ ୨୧ରୁ ୨୩କୁ ବଢ଼ାଇ ଦିଆଯାଇଛି । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଳ୍ପ ଅବଧି ପାଇଁ କାମ କରିବାର ସୁଯୋଗ ଦେବାକୁ ଯାଇ କେନ୍ଦ୍ର ପକ୍ଷରୁ ‘ଅଗ୍ନିପଥ’ ଯୋଜନା କାର୍ଯ୍ୟକାରୀ କରାଯାଇଛି ଯେଉଁ ବାଟ ଦେଇ ୧୭ ବର୍ଷ ୬ ମାସରୁ ୨୧ ବର୍ଷ ବୟସର ଯୁବକ ଯୁବତୀମାନେ ନିଯୁକ୍ତି ପାଇପାରିବେ ।  ପ୍ରାୟ ଦେଢ଼ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ଦେବାର ଅଭିଯାନ ଆରମ୍ଭରୁ ଦେଶବ୍ୟାପୀ ପ୍ରତିବାଦର ସମ୍ମୁଖୀନ ହୋଇଥିଲା । ପ୍ରତିବାଦର କାରଣ ହେଉଛି ‘ବୟସ ସୀମା’ । ‘ଅଗ୍ନିପଥ’ ବାଟ ଦେଇ ନିଯୁକ୍ତି ପାଇଥିବା ଅଗ୍ନିବୀରମାନେ ମାତ୍ର ଚାରିବର୍ଷ ପାଇଁ କାମ କରିବେ ।   ଏହି ଯୋଜନା କାର୍ଯ୍ୟକାରୀ କରି ସରକାରୀ ତହବିଲରୁ ପେନସନ୍ ବାବଦକୁ ଯାଉଥିବା ଖର୍ଚ୍ଚରାଶି ପରିମାଣକୁ କମାଇବା ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା । ତେବେ ୟୁପି, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀଙ୍କୁ ମନାଇବାର ପ୍ରୟାସ କରି ସରକାର ସର୍ବାଧିକ ବୟସ ସୀମାକୁ ୨୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

ସରକାରଙ୍କ ସଂଶୋଧିତ ନିଷ୍ପତିକୁ ମଧ୍ୟ ସହଜରେ ଗ୍ରହଣ କରିନାହାନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । ମାତ୍ର ଚାରିବର୍ଷର କର୍ମ ନିଯୁକ୍ତିକୁ ମଧ୍ୟ ପ୍ରତିବାଦ କରାଯାଇଛି । ଚାରିବର୍ଷ କାମ କରିବା ପରେ ଅଗ୍ନିବୀରମାନଙ୍କ ଭବିଷ୍ୟତ କ’ଣ ବୋଲି ସରକାରଙ୍କୁ ପ୍ରଶ୍ନ କରାଯାଇଛି । ମୋଦୀ ସରକାର କହିଛନ୍ତି ଯେ ସେନାବାହିନୀରେ ଚାରିବର୍ଷ କାମ କରି ଘରକୁ ଫେରିବା ଅଗ୍ନିବୀରମାନେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ସମାଜକୁ ନୂଆ ରାସ୍ତା ଦେଖାଇପାରିବେ । 

Related

News