ପାରାଦୀପ ବନ୍ଦରରୁ ଚାଉଳ ଗଲା ଭିଏତନାମ 

  • 04-May-2021
  • 0 Comments


ପାରାଦ୍ୱୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ସାଧାରଣ କିଷମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ସାରଳା ଫୁଡ଼ସ୍‍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ ତିନି ମାସ ମଧ୍ୟରେ ଆଉ ୫୦୦ଟି କଣ୍ଟେନରରେ ଏଭଳି କିଷମର ଚାଉଳ ଭିଏତନାମ ପଠାଯିବାର ଯୋଜନା ରହିଛି।
ଏହି ଚାଉଳ ରପ୍ତାନୀ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (ଆପେଡା)ର ଏକ ସଦସ୍ୟ ରପ୍ତାନୀକାରୀ ସାରଳା ଫୁଡ଼ ପକ୍ଷରୁ ମଙ୍ଗଳବାର ଦିନ ଭିଏତନାମର ହାଇ ଫୋଙ୍ଗ୍‍ ବନ୍ଦରକୁ ଯାତ୍ରା କରିବ l

ଏଭଳି ଚାଉଳ ରପ୍ତାନୀ କରାଯିବା ଦ୍ୱାରା ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କୁ ଭାରତର ସାଧାରଣ କିସମର ରପ୍ତାନୀ କ୍ଷମତା ବୃଦ୍ଧି ପାଇବ l ଫଳରେ ଓଡ଼ିଶା ଓ ତାର ପଡୋଶୀ ରାଜ୍ୟର ପ୍ରାୟ ଦୁଇ ଲକ୍ଷ ଚାଷୀଙ୍କୁ ଉପକୃତ ହେବାର ସମ୍ଭାବନା ଅଛି ବୋଲି ଆପେଡା ଅଧ୍ୟକ୍ଷ ଡକ୍ଟର ଏମ୍‍. ଅଙ୍ଗମୁଥୁ କହିଛନ୍ତି।

Related

News