ରାଜନୈତିକ ଦଳକୁ ବାଜୁନି ଆଇଟି ଛାଟ

  • 17-Oct-2023
  • 2 Comments


  ball star golden goose

This actually answered my drawback, thanks! ball star golden goose [url=https://www.golden-gooses.com/golden-goose-ball-star-c-99_100]ball star golden goose[/url]

  jordan retro

Thank you for each of your work on this web page. Kim loves setting aside time for internet research and it is simple to grasp why. We learn all concerning the lively mode you present priceless solutions on the web blog and therefore welcome response from people on the article plus our own child has always been discovering a lot of things. Enjoy the rest of the year. You are always conducting a fantastic job. jordan retro [url=http://www.jordan-ret

କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀର କେତୋଟି ସ୍ଥାନର ଆଇଟି ଧରପଗଡ଼ ସାମନାକୁ ଆସିଛି । ଅଭିଯୁକ୍ତ ନିକଟରୁ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର, ୩୦ଟି କଂପାନୀର ଦାମୀ ଜିନିଷ ଜବତ କରିଛି । ଆଇଟି ଧରପଗଡ଼ର ଶିକାର ହୋଇଥିଲେ କିଛି ଆଗଧାଡ଼ିର ଠିକାଦାର ଓ କୋଠାବାଡ଼ି ନିର୍ମାଣକାରୀ ସଂସ୍ଥା । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ପରେପରେ ଆୟକର ବିଭାଗର ଅଚାନକ ଚଢ଼ାଉ ଅନେକଙ୍କ ମୁଣ୍ଡକୁ ଗୋଳମାଳିଆ କରିଛି ।

ଆୟକର ବିଭାଗ ଯୋଉଠି ଚାହୁଁଛି ପଶିଯାଉଛି । ଯେମିତି ଭାବୁଛି ସେମିତି କହୁଣୀ ମାରୁଛି । ଯାହାକୁ ଚାହୁଁଛି ବାନ୍ଧି ପକାଉଛି । ଛୋଟ ମାଛିଟିଏ ମଧ୍ୟ ତା’ ଆଖିରୁ ବାଦ ପଡୁନାହାନ୍ତି । କିନ୍ତୁ ସବୁ ଆଇନ ବ୍ୟବସାୟ ଓ ରାଜନୀତି ବ୍ୟବସାୟ କରୁଥିବା ଲୋକଙ୍କ ଆଡ଼କୁ ଟିକେ ଆଡ଼ଆଖିରେ ଅନାଉନି । 

ଏଇ କିଛିଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଶାରାରେ ଆପ୍ ଓ କଂଗ୍ରେସର କିଛି ନେତା ହରଡ଼ଘଣାରେ ପଡ଼ିଛନ୍ତି । କିନ୍ତୁ କୌଣସି ଆଇନଜୀବୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ସନ୍ଧାନୀ ଆଖି ପଡିନି । ୟା’ର ମାନେ କ’ଣ? ଦେଶ ଭିତରେ କଳାଧନ ରୋଜଗାର କରିବା ପାଇଁ କିଛି ବ୍ୟବସାୟକୁ ସରକାରୀ ପ୍ରୋତ୍ସାହନ ଦିଆଯାଛି । ତା’ ଭିତରୁ ଆଇନ ବ୍ୟବସାୟ ଓ ରାଜନୈତିକ ଦଳ ଗଠନ ଅନ୍ୟତମ । 

କୌଣସି ରାଜନୈତିକ ଦଳ ଉପରେ ଆଇଟି ଚଡ଼କ ପଡ଼ିଥିବାର ଖବର ଶୁଣିବାକୁ ମିଳୁନି । ରାଜନୈତିକ ଦଳଗୁଡ଼ିକର ରୋଜଗାର ପାଇଁ ନିର୍ବାଚନ କମିଶନ ସୁନ୍ଦର ବ୍ୟବସ୍ଥା କରିଛନ୍ତି । ଦିନ ଥିଲା, ରାଜନୈତିକ ଦଳକୁ ଲୋକସେବା ଅନୁଷ୍ଠାନ ଦୃଷ୍ଟିରେ ଦେଖାଯାଉଥିଲା । ସମୟ ସୁଅରେ ରାଜନୈତିକ ଦଳ ଆଜି ବ୍ୟବସାୟିକ ଅନୁଷ୍ଠାନ ହୋଇଗଲାଣି ।
ସବୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପରିଚାଳନା କରିବା ପାଇଁ କଳାଧନ ସଂଗ୍ରହ କରୁଛନ୍ତି ।

ନରେନ୍ଦ୍ର ମୋଦିଙ୍କ ଅମଳରେ ବିଜେପି ପାଣ୍ଠିର ପରିମାଣ ୧୫୦୦ କୋଟି ଟଙ୍କା ଟପିଛି । ନିର୍ବାଚନ ବଣ୍ଡ୍ କିଣୁଥିବା ବ୍ୟକ୍ତି ବା ସଂଗଠନ କୋଉ ବାଟରୁ ଟଙ୍କା ସଂଗ୍ରହ କରି କୋଉ ରାଜନୈତିକ ଦଳର ବଣ୍ଡ୍ କିଣୁଛି, କୋଉ ରାଜନୈତିକ ଦଳକୁ କେତେ ପରିମାଣର ଚାନ୍ଦା ଦେଉଛି, ସେ ବିଷୟରେ ପ୍ରଶ୍ନ ପଚାରିବାର ଅଧିକାର ନିର୍ବାଚନ କମିଶନଙ୍କ ନିକଟରେ ନାହିଁ ।

ଏବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟତାରେ ଗଠିତ ତିନିଜଣିଆ କମିଟି ହାତରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇଜଣ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଅଧିକାର ରହିବାକୁ ଯାଉଛି । ଦେଶର ସାମ୍ବିଧାନିକ ଅନୁଷ୍ଠାନ ନିର୍ବାଚନ କମିଶନ ଆଉ ନିରପେକ୍ଷ ହୋଇ ରହିବନି । କ୍ଷମତାସୀନ ଦଳ ହାତରେ ନାଚିବ । ଏପରି କହିବାର ମତଲବ ହେଲା, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଆଇଟି, ପ୍ରବର୍ତନ ନିଦେ୍ର୍ଦଶାଳୟ ଓ ସିବିଡିଟି କୌଣସି ରାଜନୈତିକ ଦଳ ଅବା ନ୍ୟାୟାଳୟ ଭିତରେ ପଶିପାରିବନି । 

Related

News