ଅକ୍ଟୋବରରେ ୟୁପିଏସସି ପ୍ରିଲିମିନାରୀ-୨୦୨୧  

  • 13-May-2021
  • 0 Comments


କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ପରିଚାଳିତ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷା-୨୦୨୧କୁ ଘୁଞ୍ଚାଇ ଦିଆଯାଇଛି l ୟୁପିଏସସି ପକ୍ଷରୁ ଏହାର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଆସନ୍ତା ଜୁନ ୨୭ରେ ଏହି ପରୀକ୍ଷା ହେବାର ଥିଲା। ଏବେ ଏହାକୁ ଆସନ୍ତା ଅକ୍ଟୋବର ୧୦ରେ ଆୟୋଜନ କରାଯିବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି। ୟୁପିଏସସି ପକ୍ଷରୁ ପ୍ରତିବର୍ଷ ୩ଟି ପର୍ଯ୍ୟାୟରେ ନାଗରିକ ସେବା ପ୍ରାରମ୍ଭିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଆୟୋଜନ କରାଯାଇଥାଏ। ଏହି ପରୀକ୍ଷା ଜରିଆରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବିଦେଶ ସେବା (ଆଇଏଫଏସ) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ଚୟନ କରାଯାଇଥାଏ। ଗତ ବର୍ଷ ବି କରୋନା ଯୋଗୁ ପ୍ରାରମ୍ଭିକ ପରୀକ୍ଷାକୁ ସ୍ଥଗିତ ରଖାଯାଇ ଅକ୍ଟୋବର ମାସରେ ଆୟୋଜନ କରାଯାଇଥିଲା।

Related

News