ଆଶ୍ରମରୁ ବାବାଙ୍କ ଗଳିତ ମୃତଦେହ ଉଦ୍ଧାର

  • 23-Feb-2021
  • 0 Comments


ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ରେଳଲାଇନ କଡ଼ ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଆଶ୍ରମରେ ବାବା ଦାମୋଦର ସଦା (୭୫)ଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଲୋକଙ୍କ କହିବା ଅନୁସାରେ ଗତ ଫେବୃଆରୀ ୧୭ ବୁଧବାର ଦିନ ଠାରୁ ତାଙ୍କର ଖୋଜ ଖବର ମିଲୁ ନଥିଲା। ଆଶ୍ରମର ବାହାରେ ତାଲା ପଡ଼ିଥିବା ଦେଖି ବାବା ଅନ୍ୟତ୍ର କୁଆଡେ ଯାଇଥିବେ ବୋଲି ସମସ୍ତଙ୍କ ଭାବନା ଥିଲା । ତାଙ୍କର ଫୋନ ମଧ୍ୟ ବନ୍ଦ ଥିଲା। ୧୮ତାରିଖ ଦିନ ନିତିଦିନିଆ ଭାବେ ମନ୍ଦିରକୁ ଆଣୁଥିବା କ୍ଷୀର ବାଲା ବାବାଙ୍କ କୁଟୀରରେ ତାଲା ଝୁଲୁଥିବା ଦେଖି ମନ୍ଦିର ଦୀର୍ଘ ୫/୬ବର୍ଷ ଧରି ପୂଜକ ଭାବେ କାର୍ୟ୍ୟରତ ଥିବା ତପନ ଷଡ଼ଙ୍ଗୀଙ୍କୁ କ୍ଷୀର ଦେଇ ଚାଲିଯାଇଥିଲା। ପୂଜକ ଜଣକ ଶୁକ୍ରବାର ଦିନ ବାବା କୋଠରୀର ଝରକା ପାଖରେ ମାଛି ଭଣ ଭଣ ହୋଇ ସାମାନ୍ୟ ପଚା ଗନ୍ଦ ଆସିବାରୁ ସନ୍ଦେହ କରି କମିଟିର ବାସୁଦେବ ଜେନା ଓ ମନୋଜ ମହାରଣାଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ଏହାପରେ ଏହି ଘଟଣାଟି ଧୀରେ ଧୀରେ ଅଞ୍ଚଳରେ ବ୍ୟାପି ଯିବା ସହ ଆଶ୍ରମରେ ପଚା ଗନ୍ଧ ବୃଦ୍ଧି ପାଇଥିଲା। ଆଶ୍ରମକୁ ଆସିଥିବା କମିଟିର ସଦସ୍ୟ ଗୋପାଳ କୃଷ୍ଣ ରବିବାର ଦିନ  ଗତ କାଲି ପୁଲିସକୁ ଖବର ଦେଇଥିଲେ। ଉକ୍ତ ଖବର ପାଇବା ମାତ୍ରେ ଆଶ୍ରମସ୍ଥଳକୁ ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଜାରି କରି କୌଣସି ଖବର ପାଇ ନଥିବାରୁ ଘଟଣାସ୍ଥଳରେ ଦୁଇ ଜଣ ହୋମ ଗାର୍ଡଙ୍କୁ ନିଯୁକ୍ତ କରିଥିଲେ । 

 

ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଥିଲା, ବାବାଙ୍କ ବିଭିନ୍ନ ସ୍ଥାନରେ କୌଣସି ଏକ ଅସ୍ତ୍ର ସାହାଯ୍ୟରେ ମରା ଯାଇ ବାବାଙ୍କୁ କମ୍ବଳରେ ଢାଙ୍କିଦେଇ ଶୋଇଥିବା କୋଠରୀ କବାଟକୁ ବନ୍ଦ କରି କୁଟୀରର ପ୍ରବେଶ ଦ୍ୱାରକୁ ବାହାର ପଟୁ ତାଲା ମାରି ଫେରାର ମାରିଛି ଅପରାଧୀ। ସାଇଣ୍ଟି ଫିକ ଦଳ ତଥ୍ୟ ଲୁଚାଇବା ରହସ୍ୟ କ’ଣ ଥିଲା। ଏନେଇ ଅତାବିରା ପୁଲିସ ମାମଲା ରୁଜୁ କରିବା ସହ ବାବାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି।

Related

News