ଦେବଦେବୀଙ୍କୁ ଅପମାନିତ କରୁଥିବା ଚରିତ୍ର କ୍ଷମାର ପାତ୍ର ନୁହନ୍ତି  

  • 26-Jan-2021
  • 0 Comments


ମଧ୍ୟପ୍ରଦେଶ ହାଇକୋର୍ଟରେ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କ ଜାମିନ ମାମଲାର ବିଚାର ଚାଲିଛି । ଆଗାମୀ ୨/୩ ଦିନ ଭିତରେ ତାଙ୍କର ଜାମିନ ମାମଲାର ରାୟ ପ୍ରକାଶ ପାଇବ । ଏକ ଶୋ’ରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ପୁଲିସ ଫାରୁକିଙ୍କ ସମେତ ଚାରିଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ଫାରୁକି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରତି ମଧ୍ୟ ଅପମାନସୂଚକ ଶବ୍ଦ ବ୍ୟବହାର କରିଥିଲେ ବୋଲି ଜଣେ ବିଜେପି ବିଧାୟକଙ୍କ ପୁଅ ଅଭିଯୋଗ କରିଛନ୍ତି । ସ୍ଥାନୀୟ କୋର୍ଟ ଅଭିଯୁକ୍ତ ଫାରୁକିଙ୍କ ଜାମିନକୁ ଖାରଜ କରିି ବିଚାର ବିଭାଗ ହାଜତକୁ ପଠାଇ ଦେଇଥିଲେ ।

 

ମାମଲା ହାଇକୋର୍ଟଙ୍କ ଇନେ୍ଦାର ଖଣ୍ଡପୀଠରେ ବିଚାରାଧୀନ ଅଛି । ଜଷ୍ଟିସ ରୋହିତ ଆର୍ଯ୍ୟ ଅଭିଯୁକ୍ତ ଫାରୁକିଙ୍କ ଓକିଲ ବିବେକଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ଫାରୁକିଙ୍କ ଭଳି ଲୋକମାନେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା କେତେଦୂର ଯୁକ୍ତିଯୁକ୍ତ । ଫାରୁକି ସେଭଳି କିଛି ଗୁରୁତର ଅପରାଧ କରିନାହାନ୍ତି ଦର୍ଶାଇ ଓକିଲ ବିବେକ ତାଙ୍କୁ ଜାମିନ ମିଳିବା ଯଥାର୍ଥ ବୋଲି କହିଥିଲେ । ମାତ୍ର ଅନ୍ୟଜଣେ ଓକିଲ ଯୁକ୍ତି କରିଥିଲେ ଯେ ଅଭିଯୁକ୍ତ ଫାରୁକି ପ୍ରଭୁ ଶ୍ରୀରାମ ଓ ସୀତାଙ୍କ ପ୍ରତି ଅଶାଳୀନ ବାକ୍ୟ ପ୍ରୟୋଗ କରିଛନ୍ତି । ତହୁଁ ଜଷ୍ଟିସ ରୋହିତ ଆର୍ଯ୍ୟ କହିଥିଲେ ଯେ ସେଭଳି ଲୋକମାନଙ୍କୁ କ୍ଷମା କରାଯିବା ଅନୁଚିତ ।

Related

News