ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସପ୍ତମ ଅଭିଯୁକ୍ତକୁ ଜେଲ ପଠାଗଲା

  • 10-Jan-2021
  • 0 Comments


ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିରୋଧୀ କଂଗ୍ରେସ ଓ ବିଜେପି ସିଧା ବିଜେଡିକୁ ସମାଲୋଚନା କରିଛନ୍ତି । କ୍ଷମତାସୀନ ବିଜେଡିକୁ ଅଡୁଆରେ ପକାଇବା ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ନାନା ଉଦ୍ୟମ ଜାରି ରଖିଥିବା ବେଳେ ସପ୍ତମ ଅଭିଯୁକ୍ତ ଉମେଶ ଖଟୁଆ ହତ୍ୟା ଘଟଣାର ବହୁ ଗୁମର ଖୋଲିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଉମେଶର ବୟାନକୁ ଭିତ୍ତି କରି ପୁଲିିସ ଏକାଧିକ ବ୍ୟକ୍ତିଙ୍କୁ ଜେରା କରୁଛି ।  

ଶୁକ୍ରବାର ପୁଲିସ ଉମେଶକୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ ଓ ପୋଡ଼ିଦିଆଯାଇଥିବା ରକ୍ତଭିଜା ସାର୍ଟର ଅବିଶିଷ୍ଟାଂଶକୁ ଜବତ କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଉମେଶ ରାତାରାତି ତାହାର ଶ୍ୱଶୂର ଘରେ ଯାଇ ଲୁଚି ରହିବା ସହ ସକାଳୁ ରାଇରଙ୍ଗପୁର ଚାଲିଯାଇଥିଲା। ପୁଲିସ ମୁଖ୍ୟଅଭିଯୁକ୍ତ ପଞ୍ଚାନନ ଓ ସହଯୋଗୀ କୈଳାସଠାରୁ ତଥ୍ୟ ପାଇବା ପରେ ଉମେଶକୁ ରାଇରଙ୍ଗପୁର ବସଷ୍ଟାଣ୍ଡରୁ ଗିରଫ କରିଥିଲା। ଆଜି ଗିରଫ ଉମେଶ ହତ୍ୟାକାଣ୍ଡର ସମସ୍ତ ଘଟଣାବଳୀ ପୁଲିସକୁ କହିବା ସହ ଡେମୋ ଦେଖାଇଥିଲା। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସମ୍ପର୍କରେ ସେ ସୂଚନା ଦେଇଛି। ଶନିବାର ଅପରାହ୍ଣରେ ଉମେଶକୁ ପୁଲିସ ସାଲେପୁର ବିଚାର ବିଭାଗୀୟ ଅଦାଲତକୁ ପଠାଇଥିଲା। ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ସାଲେପୁର ଉପକାରାଗାର ପଠାଇ ଦିଆଯାଇଛି।

Related

News