ଦୁଷ୍କର୍ମ ଅଭିଯୁକ୍ତ, ବାପାଙ୍କୁ ଗିରଫ

  • 28-Jan-2021
  • 0 Comments


ଜନୈକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଜଣେ ଯୁବକ ଓ ପୁଅର ଦୋଷ ଲୁଚାଇବା, ନାବାଳିକାଙ୍କ ଧର୍ମ ପରିବର୍ତ୍ତନ ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରିଛି ।
ପୁଲିସ ସୂଚନା ମୁତାବକ ବାଲିଆ ଗ୍ରାମର ଅବଦୁଲ ରେହମାନ (୨୨) ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲା ।

 

ପରେ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ଧମକ ଦେଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା । ମାତ୍ର ନାବାଳିକାଟି ତାଙ୍କ ମା’ବାପାଙ୍କୁ ଘଟଣା ବିଷୟରେ କହିଥିଲେ । ଜାନୁଆରୀ ୨୫ ତାରିଖରେ ଅଭିଯୁକ୍ତ ଅବଦୁଲ ଓ ତା’ ବାପା ମହମ୍ମଦ କଲିମଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ଅଭିଭାବକ । ପୁଅର ଦୁଷ୍କର୍ମକୁ ଏଡ଼ାଇବା ପାଇଁ ବାପା ପୀଡ଼ିିତାଙ୍କ ଧର୍ମ ପରିବର୍ତ୍ତନ କରି ପୁଅ ସହ ବିବାହ କରାଇବାର ଅପଚେଷ୍ଟା କରୁଥିଲେ । 

Related

News