ଆଂଟିଲିଆ ମାମଲା: ସ୍ପର୍ପିଓ ମାଲିକଙ୍କର ସନେ୍ଦହଜନକ  ମୃତୁ୍ୟ 

  • 06-Mar-2021
  • 0 Comments


ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘର ଆଂଟିଲିଆ ବାହାରୁ ଫେବୃଆରୀ ୨୫ ତାରିଖରେ ଠାବ କରିଥିବା ଏକ ସ୍କର୍ପିଓରୁ ବିସ୍ଫୋଟକ ସହିତ ଧମକପୂର୍ଣ୍ଣ ଚିଠି ପାଇଥିଲା । ଶୁକ୍ରବାର ପୁଲିସ ଉକ୍ତ ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କ ମୃତଦେହକୁ ଉଦ୍ଧାର କରିଛି । ପ୍ରାଥମିକ ଅନୁସନ୍ଧାନ କରି ପୁଲିସ କହିଛି ଯେ ମନସୁଖ କଲୱା କ୍ରିକରେ ପାଣିରେ ବୁଡ଼ି ଆତ୍ମହତ୍ୟା କରିଛନ୍ତି । ମାତ୍ର ମୃତକଙ୍କ ପରିବାର ଲୋକ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି । ମନସୁଖ ସେ ଆତ୍ମହତ୍ୟା କରିନାହାନ୍ତି । ଶେଷଥର ପାଇଁ ମନସୁଖଙ୍କ ମୋବାଇଲ ଲୋକେସନ୍ ପାଲଘର ଜିଲ୍ଲାର ବିରାର ଅଂଚଳ ଥିଲାବେଳେ ତାଙ୍କ ମୃତଦେହ ଠାଣେ ସମୁଦ୍ରତଟରୁ ମିଳିଛି । ଦୁଇଟି ଲୋକେସନ କାରଣରୁ ମନସୁଖଙ୍କ ଆତ୍ମହତ୍ୟା ପ୍ରତି ସନେ୍ଦହ ସୃଷ୍ଟି ହୋଇଛି । ମନସୁଖଙ୍କ ପଡ଼ୋଶୀମାନେ କହୁଛନ୍ତି ଯେ ମନସୁଖ ସୋସାଇଟିରେ ରହୁଥିବା ପିଲାମାନଙ୍କୁ ପହଁରା ଶିଖାଉଥିଲେ । ତେଣୁ ସେ ପାଣିରେ ବୁଡି ଆତ୍ମହତ୍ୟା କରିବା ଅସମ୍ଭବ । ଗୁରୁବାରଠାରୁ ମନସୁଖ ନିଖୋଜ ଥିଲେ । ସେ ଘରକୁ ନଫେରିବାରରୁ ପରିବାର ଲୋକ ଶୁକ୍ରବାର ଥାନାରେ ପହଂଚି ନିଖୋଜ ଅଭିଯୋଗ କରୁଥିବା ସମୟରେ ସମୁଦ୍ରତଟରେ ମୃତଦେହଟିଏ ଦେଖିବାକୁ ମିଳିଥିବା ଖବର ଥାନାକୁ ଆସିଥିଲା । ପୁଲିସ ପରିବାର ଲୋକଙ୍କୁ ସାଙ୍ଗରେ ଧରି ସମୁଦ୍ରତଟରେ ପହଂଚି ମୃତଦେହକୁ ଚିହ୍ନଟ କରିଥିଲା । ମନସୁଖଙ୍କ ମୃତଦେହ ଠାବ କରାଯିବାର ଘଂଟାଏ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ବିଧାନସଭାରେ ସ୍କର୍ପିଓ ଚୋରି ପ୍ରସଙ୍ଗ ଉଠାଇ ମାମଲାର ତଦନ୍ତ ଅଧିକାରୀ ମୁମ୍ବାଇ କ୍ରାଇମ ଇଂଟେଲିଜେନ୍ସ ୟୁନିଟ୍ ମୁଖ୍ୟ ସଚିନ ବଝେଙ୍କ ଭୂମିକା ପ୍ରତି ସନେ୍ଦହ ପ୍ରକାଶ କରିଥିଲେ ।

 

ଫଡନାଭିସ ଘଟଣାର ଏନଆଇଏ ତଦନ୍ତ ଦାବି କରିଥିଲାବେଳେ ମହାରାଷ୍ଟ୍ର ସରକାର ଏଟିଏସ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । ଫଡନାଭିସଙ୍କ ସୂଚନାନୁସାରେ ମନସୁଖ ଓ ସଚିନଙ୍କ ଘର ଠାଣେ ଅଂଚଳରେ । ୨୦୨୦ ଜୁନରୁ ଜୁଲାଇ ଭିତରେ ମନସୁଖ ଓ ସଚିନ କୌଣସି ବିଷୟରେ ଏକାଧିକବାର ସାକ୍ଷାତ ଆଲୋଚନା କରିଥିବା ବିଷୟକୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ । କଥା ହେଉଛିି, ମନସୁଖ କ୍ରାଫର୍ଡ ମାର୍କେଟରେ ଯେଉଁ ଲୋକଟିକୁ ଭେଟିଥିଲେ, ସେ ଲୋକଟିର ପରିଚୟ ସାମ୍ନାକୁ ଆସିବା ଦରକାର । 

Related

News