କୋରାନ ଆଧାରିତ ମାମଲା ଖାରଜ

  • 13-Apr-2021
  • 0 Comments


ପବିତ୍ର ଇସଲାମ ଧର୍ମଗ୍ରନ୍ଥ ‘କୋରାନ’ର କେତେକ ଅଂଶରେ ଉଲ୍ଲେଖ ଉପଦେଶକୁ ବାଦ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶନାମା ଜାରି ପାଇଁ ଆଗତ ପିଟିସନକୁ ‘ଅବାନ୍ତର’ କହି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏଭଳି ଅଯଥା ପିଟିସନ ଆଗତ କରିଥିବାରୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଜୋରିମାନା ବାବଦକୁ ୫୦ ହଜାର ଟଙ୍କା ପଇଠ କରିବାକୁ ଆଦେଶ ଦେଇଛନ୍ତି । 
ଆବେଦନକାରୀ ସୟିଦ ୱାସିମ୍ ରିଜଭି ଉତ୍ତର ପ୍ରଦେଶ ସିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ । ସେ କୋରାନରେ ଉଲ୍ଲେଖ ୨୬ଟି ଉପଦେଶକୁ ବାଦ ଦେବା ପାଇଁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ । ଆବେଦନକାରୀଙ୍କ ମତରେ ମୂଳ କୋରାନରେ ସମାଜକୁ ବିଭ୍ରାନ୍ତ କରିବା ଭଳି ଉପଦେଶ ନାହିଁ । 
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରୋହିଂଟନ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର କରି ପିଟିସନକୁ ‘ନିହାତି ବାଜେ’ କହିଛନ୍ତି ।

ଆବେଦନକାରୀ ତାଙ୍କ ପିଟିସନରେ ଜଣାଇଛନ୍ତି ଯେ ଦେଶରେ ପ୍ରତିଷ୍ଠିତ ମଦ୍ରାସାରେ ମୁସଲିମ ଛାତ୍ରମାନଙ୍କୁ ପଢ଼ା ଯାଉଥିବା କୋରାନ ଓ ମୂଳ କୋରାନ ସମ୍ପୂର୍ଣ୍ଣ ଅଲଗା । ମଦ୍ରାସାରେ ପଠିତ କୋରାନରେ ଦେଶରେ ଆତଙ୍କୀ ବାତାବରଣ ସୃଷ୍ଟି ପାଇଁ ବିଭ୍ରାନ୍ତମୂଳକ ତଥ୍ୟ ପ୍ରକାଶ ପାଇଛି ଯାହା ଅଣସାମ୍ବିଧାନିକ ଓ ଅଯୁକ୍ତିକର । ପରିଣାମ ସ୍ୱରୂପ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେଉଛି । 
ରିଜଭିଙ୍କ ଏପରି ପଦକ୍ଷେପକୁ ଏକାଧିକ ମୁସଲିମ ସଂଗଠନ ତୀବ୍ର ପ୍ରତିବାଦ କରିଛି । 

Related

News