ଚଢ଼ିଗଲା ହାଇୱା: ସବଇନସ୍ପେକ୍ଟରଙ୍କ ପ୍ରାଣହାନି

  • 03-Jun-2022
  • 0 Comments


ଯାଜପୁର, (ଭାରତଡେଲି): ପାଟ୍ରୋଲିଂ ସମୟରେ ଜଣେ ସବ୍ ଇନସ୍ପେକ୍ଟରଙ୍କ ଉପରେ ହାଇୱା ମାଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ଭଦ୍ରକ ଜିଲ୍ଲାର ଚରମ୍ପା ନିବାସୀ ସୁଜିତ କୁମାର ପାଣ୍ଡବ ନଳାଙ୍ଗ ନିକଟରେ ଡିଉଟି କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଯାଜପୁରରୁ କଟକ ନିଆଯାଉଥିଲା । ତେବେ ବାଟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ପୁଲିସ ହାଇୱା ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
 

Related

News