ସରକାରୀ କର୍ମଚାରୀଙ୍କ ମନମାନି

  • 09-Jun-2022
  • 0 Comments


ଜୀବନ୍ତ ଲୋକକୁ ମୃତ ଦର୍ଶାଇ ଯୋଜନାରୁ ବାଦ 

ବେଗୁନିଆ: ସରକାରୀ କର୍ମଚାରୀଙ୍କ ମନମାନି କାରଣରୁ ବହୁ ହିତାଧିକାରୀ ସରକାରଙ୍କ ଯୋଜନାରୁ ବାଦ ପଡୁଥିବାର ଅଭିଯୋଗ ଶୁଣିବାକୁ ମିଳୁଛି ! ମୁଖ୍ୟମନ୍ତ୍ରୀଙ୍କ ଟି ଫାଇଭ ଏହି ବିଷୟ ପ୍ରତି ନିଘା ଦେଉନାହାନ୍ତି କି? ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ବାଘମାରୀ ବ୍ରାହ୍ମଣ ସାହିର ରମେଶ ଦାଶ ଜଣେ ଭୂମିହୀନ ଚାଷୀ ହୋଇଥିବାବେଳେ ସେ କାମ ଦାମ କରି ପରିବାର ପ୍ରତିପୋଷଣ କରନ୍ତି । ସେ କାଳିଆ ଯୋଜନା ଆରମ୍ଭରୁ ଆବେଦନ କରି ଆଦୌ ଉପକୃତ ହୋଇନଥିବାବେଳେ କେଉଁଠାରେ କଣ ଅସୁବିଧା ହୋଇଛି ତାହା ଜାଣିବା ପାଇଁ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଅନଲାଇନ ସ୍ଥିତି ରିପୋର୍ଟ ବାହାର କରିଥିଲେ । ଦୁର୍ଭାଗ୍ୟର କଥା ସମ୍ପୃକ୍ତ ବ୍ୟକ୍ତି ଜଣକ ୭୩ ବର୍ଷରେ ପଦାର୍ପଣ କରି ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରୁଥିବାବେଳେ ପ୍ରଶାସନ ତରଫରୁ ତାଙ୍କୁ ମାରି ଦିଆଯାଇଛି । ତାଙ୍କୁ ଷ୍ଟାଟସ ରିପୋର୍ଟରେ ମୃତ ଦର୍ଶାଇ କାଳିଆ ଯୋଜନାରୁ ତାଙ୍କ ନାମ ବାଦ ଦିଆଯାଇଛି ।

ଏହି ଘଟଣାକୁ ନେଇ ଶ୍ରୀ ଦାଶ ଏବଂ ପରିବାର ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣା ଜନସାଧାରଣଙ୍କ ନଜରକୁ ଆସିବା ପରେ ବିଭିନ୍ନ ସ୍ତରରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ସୂଚନା ଅଧିକାର କର୍ମୀ ରଘୁନାଥ ବେହେରା ଚଳିତ ଜାନୁଆରୀ ମାସ ୧୦ ତାରିଖରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ, କୃଷି ଭବନ, ଭୁବନେଶ୍ୱରଙ୍କ ନିକଟରେ ରମେଶ ଦାଶ ବଞ୍ଚି ଥାଉ ଥାଉ ତାଙ୍କୁ କେଉଁ କମିଟି ମୃତ ଘୋଷଣା କରିଛନ୍ତି ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ। 

Related

News