ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥ ଉପରେ ଦୁର୍ଘଟଣା, ୧୦ ମୃତ

  • 31-Jan-2021
  • 0 Comments


ଶନିବାର ଦିନ ଉତ୍ତର ପ୍ରଦେଶର ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଅତିକମରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ବହୁ ଆହତ ହୋଇଥିବାର ପୁଲିସ ସୂତ୍ରରୁ ପ୍ରକାଶ ।  କୁନ୍ଦରକି ଥାନା ଅନ୍ତର୍ଗତ ନାନପୁର ନିକଟରେ ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ଶୋକ ପ୍ରକଟ କରିଥିଲା ବେଳେ ଆହତଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । 

Related

News