ବିଜୁଳି ତାର ବାଜି ତିନିଜଣ ଗୁରୁତର 

  • 05-Apr-2021
  • 0 Comments


ଗୋଟିଏ ପାଣି ଟାଙ୍କି ଟ୍ରିପ୍ପର ଉପରେ ବସି ଯାଉଥିବା ସମୟରେ ୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସି ତିନିଜଣ ଶ୍ରମିକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଠାରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂଚନା ଅନୁଯାୟୀ ଫୁଲଯବା ଗ୍ରାମ ନାକଟରେ କେଆର ରେଳ ଲାଇନ ବ୍ରିଜ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ କୌଣସି କାର୍ଯ୍ୟରେ ଯାଇ ପାଣି ଟାଙ୍କି ଟ୍ରିପ୍ପର ଉପରେ ବସି ଟିକିରିକୁ ଆସୁଥିବା ସମୟରେ ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣା ପରେ ପାଣି ଟ୍ୟାଙ୍କ ଟ୍ରିପ୍ପର ଫେରାର ହୋଇଯାଇଥିଲା ବେଳେ ଟିିକରି ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Related

News