ବାଲିଆପାଳରେ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

  • 14-Dec-2020
  • 0 Comments


ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ସୋମବାର ଜଣାପଡ଼ିଛି। ସୁନ୍ଦରକୋଇଲିଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ନାବାଳିକାଟିର ବୟସ ୭ ବର୍ଷ ଓ ଶୁକ୍ରବାର ଠାରୁ ସେ ନିଖୋଜ ଥିଲେ ବୋଲି ଜଣାପଡ଼ିଛି। ଖୋଜାଖୋଜି ପରେ ନପାଇବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛି।

Related

News