ଉତ୍ତର ପ୍ରଦେଶ: ପଂଚାୟତ ନିର୍ବାଚନ ନେଇଛି ୫୭୭ ଜୀବନ

  • 29-Apr-2021
  • 0 Comments


ନିକଟରେ ଶେଷ ହୋଇଛି ଉତ୍ତର ପ୍ରଦେଶର ପଂଚାୟତ ନିର୍ବାଚନ । ଉକ୍ତ ନିର୍ବାଚନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷାମିତ୍ରଙ୍କ ଭିତରୁ  ୫୭୭ ଜଣ ପ୍ରାଣ ହରାଇଛନ୍ତି । ଏହି ମାମଲାକୁ ନେଇ ରାଜ୍ୟର ବହୁ ଶିକ୍ଷକ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।    ମେ’ ୨ ଭୋଟ ଗଣନାରେ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ନଦେବାକୁ ଶିକ୍ଷକ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି । ୟୁପି ଶିକ୍ଷକ ମହାସଂଘ ତରଫରୁ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରାଣ ହରାଇଥିବା ଶିକ୍ଷକ ଓ ଶିକ୍ଷାମିତ୍ରଙ୍କ ତାଲିକା ଦିଆଯାଇଛି ।
 

ଏ ସମ୍ପର୍କୀତ ମାମଲାର ଶୁଣାଣି କରି ଆଲ୍ଲାହବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ନୋଟିସ ଜାରି କରିଛନ୍ତି । ନିର୍ବାଚନୀ ହିଂସା ମୁକାବିଲା ଓ କୋଭିଡ୍ ସତର୍କତା ସମ୍ପର୍କରେ ଆୟୋଗଠାରୁ କୈଫିୟତ ଲୋଡ଼ିଛନ୍ତି ହାଇକୋର୍ଟ ।

Related

News