ଘାଟିରେ ଯାତ୍ରୀବାହୀ ବସ ଓଲଟି ୭ ଗୁରୁତର

  • 26-Apr-2021
  • 0 Comments


ରବିବାର ବିଳମ୍ବିତ ରାତିରେ ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ସକାଳେ ସୂଚନା ମିଳିଛି । ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ ଓଲଟି ପଡିବ କାରଣରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ନୟାଗଡ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା ଦୁର୍ଘଟଣାର କାରଣ l ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Related

News