ମଁ୍ୟାମାର ସେନାର ରକ୍ତମୁଖା ଶାସନ, ୧୮ ମୃତ

  • 01-Mar-2021
  • 0 Comments


ମିଳିତ ଜାତିସଂଘରେ କାନ୍ଦିକାନ୍ଦି ମଁ୍ୟାମାର ଜନତାଙ୍କ ଉପରେ ସେଠାକାର ସେନାବାହିନୀର କଳାଚିଠା ତୁଣ୍ଡ ଖୋଲିବାରୁ କୁ୍ୟ ତୋ ମୁନ ରାଷ୍ଟ୍ରଦୂତ ପଦ ହରାଇଛନ୍ତି । ନିର୍ବାଚିତ ସରକାରକୁ କ୍ଷମତାଚୁ୍ୟତ କରି ମଁ୍ୟାମାର ସେନା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରୁଛି । ଲୋକମାନେ ଗଣତନ୍ତ୍ର ଶାସନ ଫେରାଇ ଆଣିବା ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ ସେନା ପକ୍ଷରୁ ସେମାନଙ୍କ ବିରୋଧରେ ଦମନ ଅଭିଯାନ ଆରମ୍ଭ କରାଯାଇଛି । ରବିବାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରକୁ ପୁଲିସ ଗୁଳିମାଡ଼ କରିବାରୁ ଅନୁ୍ୟନ ୧୮ ଜଣ ମରିଛନ୍ତି । ୩୦ରୁ ଅଧିକ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

 

ଏହାପୂର୍ବରୁ ଫେବୃଆରୀ ୨୦ ତାରିଖରେ ପୁଲିସ ଗୁଳିରେ ୩ ଜଣ ପ୍ରାଣ ହରାଇଥିଲେ । ମଁ୍ୟାମାରରେ ଚାଲିଥିବା ସାମରିକ ଶାସନକୁ ବେଆଇନ ଘୋଷଣା କରି ଏକ ନିର୍ବାଚିତ ସରକାରଙ୍କୁ କ୍ଷମତାସୀନ କରିବା ପାଇଁ ମଁ୍ୟାମାରର ରାଷ୍ଟ୍ରଦୂତ ତୁନ ମିଳିତ ଜାତିସଂଘ ନିକଟରେ ପ୍ରାର୍ଥନା କରିଥିଲେ । ମାଁମାରର ବହୁ ରାଜ୍ୟରେ ସେନା ଓ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଯାଇଛି । ଲୋକମାନେ ସେନା ଶାସନକୁ ମାନିନେବାକୁ ପ୍ରସ୍ତୁତ ନୁହନ୍ତି ।

Related

News