ୟୁକ୍ରେନ୍ ଶିକ୍ଷାନୁଷ୍ଠାନ ଉପରେ ମିସାଇଲ୍ ମାଡ଼

  • 08-May-2022
  • 0 Comments


କିଭ୍: ୟୁକ୍ରେନ୍ ଉପରେ ରୁଷ ୭୩ ଦିନ ଧରି ଆକ୍ରମଣ ଜାରି ରଖିଛି । ରୁଷ ରକେଟ୍ ମାଡ଼ରେ ୟୁକ୍ରେନର ହଜାର ହଜାର ସଂଖ୍ୟକ ଘର ମାଟିରେ ମିଶିଗଲାଣି । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଧ୍ୱଂସ ପାଇବାକୁ ଲାଗିଛି । ମାତ୍ର ଦୁଇମାସ ତଳେ ଯେଉଁ କିଣ୍ଡରଗାର୍ଟନ ସ୍କୁଲରେ ପିଲାମାନେ ପାଠ ପଢ଼ୁଥିଲେ, ସେ ସ୍ଥାନ ମାଟିରେ ମିଶିଗଲାଣି । ରାଜଧାନୀ କିଭର କେନ୍ଦ୍ରାଂଚଳ ସୁରକ୍ଷିତ ରହିଛି ମାତ୍ର ଉପକଣ୍ଠ ଅଂଚଳ ଛାରଖାର । ୟୁକ୍ରେନର ପ୍ରମୁଖ ସହରଗୁଡ଼ିକ କ୍ରମେ ଖାଲି ହୋଇଯାଉଛି । ଲୋକମାନେ ଘରଦ୍ୱାର ଛାଡ଼ି ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି । ଖାରକିଭ୍ ସମେତ ପ୍ରାୟ ୪୦ଟି ସହରବାସୀ ଏବେମଧ୍ୟ ଅନ୍ୟତ୍ର ଚାଲି ଯାଉଛନ୍ତି । ଇତି ମଧ୍ୟରେ ରବିବାର ସକାଳେ ୟୁକ୍ରେନର ଏକ ସ୍କୁଲ ଉପରେ ରୁଷ ରକେଟ୍ ମାଡ଼ କରିବା ଫଳରେ ସେଠାରେ ୬୦ ଜଣ ପ୍ରାଣ ହରାଇଥିବାର ଆଶଙ୍କା କରାଯାଇଛି । ସୂଚନା ମୁତାବକ, ପୂର୍ବ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ବିଲୋହରିବକା ଗାଁରେ ଥିବା ରୁଷର ସେନା ବୋମା ବିସ୍ଫୋରଣ କରିଥିଲେ। 
 

ୟୁକ୍ରେନ୍ ଉପକୂଳ ସହର ଓଡ଼େଶାରେ ରୁଷ୍ ଆଜି ୪ଟି ମିସାଇଲ୍ ମାଡ଼ କରିଛି। ଖାରକିଭରେ ରୁଷ୍ ବୋମାମାଡ଼ ଆରମ୍ଭ କରିଦେଇଛି। ଖାରକିଭରେ ରୁଷ୍ ପଶ୍ଚିମ ରାଷ୍ଟ୍ରମାନେ ପଠାଇଥିବା ଅସ୍ତ୍ର ଧ୍ବଂସ କରିଥିବା ଦାବି କରିଛି। ଗତ ୨୪ ଘଣ୍ଟାରେ ରୁଷ୍ ଖାରକିଭରେ ବ୍ୟାପକ କ୍ଷୟକ୍ଷତି ଘଠାଇଛି। ଖାରକିଭରେ ଜଣେ ପ୍ରଖ୍ୟାନ ୟୁକ୍ରେନ୍ ଦାର୍ଶନିକଙ୍କ ସ୍ମୃତିରେ ଥିବା ମ୍ୟୁଜିୟମ୍କୁ ରୁଷ୍ ବୋମାମାଡ଼ କରି ଧ୍ବଂସ କରିଦେଇଛି।

Related

News