୧୦ ଭାଗ ଲୋକ କରୋନା ମୁକାବିଲା ଶକ୍ତିର ଅଧିକାରୀ

  • 02-Mar-2021
  • 0 Comments


‘ବିଶ୍ୱ ଜନସଂଖ୍ୟାର ୧୦ ଭାଗରୁ କମ୍ ଲୋକଙ୍କ ନିକଟରେ ସ୍ୱତଃସ୍ଫୂର୍ତ୍ତ ଭାବେ କରୋନା ଭୂତାଣୁ ସହ ମୁକାବିଲା କରିବାର କ୍ଷମତା ବୃଦ୍ଧି ପାଇଛି । ତେଣୁ କେବଳ ଟୀକା ଜରିଆରେ ଆମେ ଅଧିକ ଲୋକଙ୍କ ନିକଟରେ କରୋନା ମୁକାବିଲା ସମକକ୍ଷ ପ୍ରତିରୋଧକ ଶକ୍ତି ବଢ଼ାଇପାରିବା ।’ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏହି ସୂଚନା ଦେଇଛନ୍ତି । ସୌମ୍ୟାଙ୍କ ମତରେ ନିକଟ ଅତୀତରେ ବିକଶିତ କରୋନା ଟୀକାଗୁଡ଼ିକ ଜଟିଳ ରୋଗୀଙ୍କ କ୍ଷେତ୍ରରେ ମହୌଷଧି ଭଳି କାମ କରୁଛି । ଏବେ ବିନା ଲକ୍ଷଣରେ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏହିି ଟୀକା କିଭଳି କାମ କରିବ, ତା’ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । 
ଇତି ମଧ୍ୟରେ ଆମେରିକାର ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ଉପଦେଷ୍ଟା ମଣ୍ଡଳୀ ଜନସନ୍ ଆଣ୍ଡ୍ ଜନସନ୍ ବିକଶିତ କରୋନା ଟୀକାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବୟସର ଯୁବକ ଯୁବତୀମାନେ ଜନସନ୍ ଟୀକା ନେଇପାରିବେ । ସିଡିସି ଡାଇରେକ୍ଟର ରଶେଲ ବାଲେସ୍କି ଏ ସମ୍ପର୍କୀତ ଘୋଷଣାନାମା ଜାରି କରିବା ସହିତ ଜନସନ୍ ଟୀକାକୁ ଅଦ୍ୱିତୀୟ ଶକ୍ତିଶାଳୀ ଭାବେ ବର୍ଣ୍ଣନା କରିଛନ୍ତି । କରୋନାମୁକ୍ତ ଆମେରିକା ପ୍ରତିଷ୍ଠା ଦିଗରେ ଜନସନ୍ ଟୀକା ଅଧିକ ଦମଦାର ସାବ୍ୟସ୍ତ ହେବ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି । 

ନେପାଳ ସେନାବାହିନୀର ମହାନିଦେ୍ର୍ଦଶକ ପୂର୍ଣ୍ଣଚନ୍ଦ୍ର ଥାପା ସୋମବାର ଭାରତ ପ୍ରସ୍ତୁତ କରୋନା ଟୀକାର ପ୍ରଥମ ଡୋଜ୍ ନେଇଛନ୍ତି । ଗତମାସରେ ଭାରତ ନେପାଳକୁ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ କରୋନା ଟୀକା ପଠାଇଥିଲା ।

Related

News