ପାକିସ୍ତାନରେ ୮,୪୧,୬୩୬ କରୋନା ସଂକ୍ରମିତ

  • 05-May-2021
  • 0 Comments


ବିଗତ ୨୪ ଘଂଟା ଭିତରେ ପାକିସ୍ତାନରେ ୪୧୧୩ ନୂତନ କରୋନା ରୋଗୀଙ୍କୁ ନିରୂପଣ କରାଯିବା ପରେ ମୋଟ ସଂକ୍ରମିତ ୮ ଲକ୍ଷ ୪୧ ହଜାର ୬୩୬ ହୋଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ତଥ୍ୟ ମୁତାବକ ଗତ ୨୪ ଘଂଟାରେ ୧୧୯ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଏ ଯାବତ୍ ପାକିିସ୍ତାନରେ କରୋନା ଦାଉରେ ୧୮ ହଜାର ୪୨୯ ରୋଗୀ ମରିଛନ୍ତି । ୨୪ ଘଂଟା ଭିତରେ ୪୪ ହଜାର ୮୩୮ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଟୀକାକରଣ ପାଇଁ ଅଧିକରୁ ଅଧିକ ଲୋକ ନାମ ପଂଜୀକରଣ କରୁଛନ୍ତି ବୋଲି ଟୀକାକରଣ ଦାୟିତ୍ୱରେ ଥିବା ମନ୍ତ୍ରୀ ଆସାଦ ଉମର ଟ୍ୱିଟ୍ କରିଛନ୍ତି । ଉମର କହିଛନ୍ତି, ଆଲ୍ଲାଙ୍କ  ଆଶୀର୍ବାଦ ବଳରେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଲୋକ ଟୀକା ପାଇଁ ନାମ ପଂଜୀକରଣ କରିଛନ୍ତି ।
 

ପାକିସ୍ତାନରେ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକା ଦିଆଯିବାର ଯୋଜନା ଚାଲିଛି ।  ଫେବୃଆରୀ ୨ ତାରିଖରୁ ପାକିସ୍ତାନରେ ଟୀକାକରଣ ଆରମ୍ଭ ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ୭ କୋଟି ଲୋକଙ୍କୁ ଟୀକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । 

Related

News