ଇଣ୍ଡୋନେସିଆ: ଲାଭା ଉଦଗୀରଣ

  • 03-Mar-2021
  • 0 Comments


ଇଣ୍ଡୋନେସିଆର ସାଇନାବୁଙ୍ଗ ପାହାଡ଼ ଶୀର୍ଷରୁ ପୁଣି ଉତ୍ତପ୍ତ ତରଳ ଲାଭା ଉଦଗୀରଣ ହୋଇଛି । ଆଗ୍ନେୟଗିରି ମୁଖ ଦେଇ ବିଷାକ୍ତ ଗ୍ୟାସ ବାହାରି ଆକାଶ ମଣ୍ଡଳକୁ ଆଚ୍ଛାଦିତ କରିଛି । ବିଷାକ୍ତ ଧୂଅାଁ ପ୍ରାୟ ୫ କିଲୋମିଟର ଉପରକୁ ଉଠୁଥିବାର ଦେଖିବାକୁ ମିଳୁଛି । ଦକ୍ଷିଣ ସୁମାତ୍ରାରେ ସାଇନାବୁଙ୍ଗ ପାହାଡ଼ ଅବସ୍ଥିତ । ୨୦୧୦ରେ ଏହି ପାହାଡ଼ରୁ ଲାଭା ଉଦଗୀରଣ ହେବାପରେ ସୁପ୍ତ ଅବସ୍ଥାକୁ ଚାଲି ଯାଇଥିଲା । ରିଙ୍ଗ ଅଫ୍ ଫାୟାର (ଅଗ୍ନିବଳୟ) ଅନ୍ତର୍ଭୁକ୍ତ ଇଣ୍ଡୋନେସିଆରେ ପ୍ରାୟ ୧୨୦ଟି ଜୀବନ୍ତ ଆଗ୍ନେୟଗିରି ରହିଛି । 

Related

News