ବୟସ୍କଙ୍କ କାମରେ ଲାଗିବନି ଚୀନ ଟୀକା

  • 05-Feb-2021
  • 0 Comments


ଚୀନରୁ ଉପହାର ସ୍ୱରୂପ କରୋନା ଟୀକା ସାଇନୋଫାର୍ମ ପାଇବା ପରେ ପାକିସ୍ତାନ କହିଛିି ଯେ ଉକ୍ତ ଟୀକାଗୁଡ଼ିକ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ କାମ ଦେବନାହିଁ । ଗବେଷକ କମିଟି ପକ୍ଷରୁ ଟୀକାର ପ୍ରାଥମିକ ଅନୁଧ୍ୟାନ କରାଯିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଫୈସଲ ସୁଲତାନ କହିଛନ୍ତି, ସାଇନୋଫାର୍ମ ୧୮ରୁ ୬୦ ବର୍ଷ ବୟସର ଲୋକଙ୍କୁ ଦିଆ ଯାଇପାରିବ । କିନ୍ତୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦେବା ସମ୍ଭବପର ନୁହେଁ । ସୋମବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ପାକିିସ୍ତାନକୁ ୫ ଲକ୍ଷ ସାଇନୋଫାର୍ମ ପଠାଇଛି ଚୀନ ।

 

ବୁଧବାରଠାରୁ ପାକିସ୍ତାନରେ ଦେଶବ୍ୟାପୀ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ପ୍ରଦେଶରେ ଏକା ସମୟରେ ଟୀକାକରଣ ଆରମ୍ଭ ହୋଇଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମ୍ରାନ ଇସଲାମାବାଦରେ ଟୀକା ପ୍ରଦାନର ଶୁଭାରମ୍ଭ କରିଥିଲେ । 

Related

News