କରୋନା ଭୟରେ ପରିସ୍ରା ପିଉଥିଲେ ମା’ଛୁଆ

  • 17-Feb-2021
  • 0 Comments


ଶୁଣାକଥାକୁ ବିଶ୍ୱାସ କରି କିଛି ଲୋକ ରୋଗ ଦାଉରୁ ମୁକ୍ତ ରହିବା ପାଇଁ ଏଭଳି କାଣ୍ଡ କରିବସନ୍ତି, ଯାହା ପରମୁହୂର୍ତ୍ତରେ ମଣିଷକୁ ଉପହାସର ପାତ୍ର କରିଥାଏ । ୨୦୨୦ ମସିହା ଆମ ପାଇଁ କରୋନାର ବର୍ଷ ଥିଲା । ଚୀନର ୟୁହାନରୁ ସୃଷ୍ଟି ହୋଇ ସମୟ ସ୍ରୋତରେ ସାରାବିଶ୍ୱକୁ ମାଡ଼ି ପ୍ରାୟ ୨୫ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା ଭୂତାଣୁ ।
 
କରୋନା କବଳରୁ ମୁକ୍ତ ରହିବା ପାଇଁ ଜଣେ ମହିଳା ଓ ତାଙ୍କ ପିଲା କ୍ରମାଗତ ଚାରିଦିନ ଧରି ନିଜ ପରିସ୍ରା ପିଉଥିବାର ଖବର ଶୁଣିବାକୁ ମିଳିଛି । ହ୍ୱାଟ୍ସଆପ ଜରିଆରେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ସଂପୃକ୍ତ ମହିଳା ନିଜର ପରିସ୍ରା ପିଇବା ସହ ତାଙ୍କ ସନ୍ତାନକୁ ମଧ୍ୟ ପରିସ୍ରା ପିଆଇଥିଲେ । 

 

କୋଟିପତି ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ପ୍ରତିଷ୍ଠିତ ସଂସ୍ଥା ଜରିଆରେ ବିତରଣ କରାଯାଉଥିବା କରୋନା ଟୀକା ମହିଳାଙ୍କ ପରିବାର ପକ୍ଷେ କାମ  ଦେବନାହିଁ ବୋଲି ବନ୍ଧୁଜଣକ ପରାମର୍ଶ ଦେଇଥିଲେ । ଉଦାରମନା ବିଲ ଗେଟ୍ସଙ୍କ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା କରୋନା ଟୀକା ଉପରେ କୋଟିକୋଟି ଲୋକ ଭରସା  କରୁଥିଲା ବେଳେ ସଂପୃକ୍ତ ମହିଳା ଭ୍ରମାତ୍ମକ ନିରାକରଣ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦେଇଥିଲେ । 


ଘଟଣାଟି ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ମହିଳା ତାଙ୍କ ଭୁଲ ବୁଝିପାରିଛନ୍ତି । ଲଣ୍ଡନରେ ଘଟିଥିବା ଏହି ଘଟଣା ଏବେ ସାରାବିଶ୍ୱକୁ ଖେଳିଯାଇଛି । ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସଂପୃକ୍ତ ମହିଳା ଓ ତାଙ୍କ ପିଲା କରୋନା ଟୀକା ନେଇଛନ୍ତି । ବ୍ରିଟେନ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କୀତ ସତର୍କ ସୂଚନା ଦିଆ ନଯିବାର ପରିଣାମ ସ୍ୱରୂପ ମହିଳା ଜଣକ ପୁରୁଣା କାଳିଆ ରୋଗ ନିରାକରଣ ପନ୍ଥା ଆପଣାଇବା ପାଇଁ ବାଧ୍ୟ ହେଲେ ବୋଲି ବୁଦ୍ଧିଜୀବୀ ମହଲରୁ ଶୁଣିବାକୁ ମିଳେ । 

Related

News