ଟ୍ରମ୍ପ ହାରିଲେ, ବାଜି ମାରିଲେ ବାଇଡେନ୍

  • 06-Nov-2020
  • 0 Comments


ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ହାରିବା ସୁନିଶ୍ଚିତ ହୋଇଛି । କେବଳ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି ମାତ୍ର । ପରାଜୟକୁ ଟ୍ରମ୍ପ ସହଜରେ ଗ୍ରହଣ କରିନାହାନ୍ତି । ବରଂ ସୁପ୍ରିମକୋର୍ଟକୁ ଯିବାର ଆଶା ବ୍ୟକ୍ତ କରିଛନ୍ତି । ୧୯୯୨ ପରଠାରୁ ଟ୍ରମ୍ପ ଏକମାତ୍ର ରାଷ୍ଟ୍ରପତି ହେବେ, ଯେ ରାଷ୍ଟ୍ରପତି କ୍ଷମତାରେ ଥାଇ ଦ୍ୱିତୀୟବାର ରାଷ୍ଟ୍ରପତି ନିର୍ବାଚନରେ ହାରିଯାଇଛନ୍ତି । ୧୯୯୨ରେ ଜର୍ଜ ଡବ୍ଲୁ୍ୟ ବୁଶ ଦ୍ୱିତୀୟବାର ରାଷ୍ଟ୍ରପତି ହୋଇପାରି ନଥିଲେ । ସେତେବେଳେ ଡେମୋକ୍ରାଟିକ ପ୍ରାର୍ଥୀ ବିଲ୍ କ୍ଲିଂଟନ ବାଜି ଜିତିଥିଲେ । ବୁଶଙ୍କ ପରେ କ୍ଲିଂଟନ, ଜର୍ଜ ଡବ୍ଲୁ୍ୟ ବୁଶ (ଜୁନିୟର) ଓ ବାରାକ୍ ଓବାମା ଦ୍ୱିତୀୟବାର ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଥିଲେ । ବିଗତ ୧୦୦ ବର୍ଷ ଭିତରେ ମାତ୍ର ୪ ଜଣ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇଛନ୍ତି । ୧୯୬୮ରେ ଆମେରିକାର ରାଷ୍ଟ୍ରପତି ପଦବୀ ରିପବ୍ଲିକ୍ ପାର୍ଟି ହାତକୁ ଯାଇଥିଲା । ମାତ୍ର ସେହି ଧାରା ୧୯୯୨ରେ ଶେଷ ହୋଇଯାଇଥିଲା । କରୋନା ମୁକାବିଲା କରିବାରେ ବିଫଳ ହୋଇଥିବାରୁ ଟ୍ରମ୍ପଙ୍କୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଜନମତ ସର୍ଭେରୁ ଜଣାଯାଇଛି । ତା’ ସହିତ ଦେଶର ଅର୍ଥବ୍ୟବସ୍ଥା ଓ ବୈଦେଶିକ ନୀତି ପାଇଁ ଟ୍ରମ୍ପଙ୍କୁ ହାରିବାକୁ ପଡ଼ିଲା ।  ଡେମୋକ୍ରାଟିକ ପ୍ରାର୍ଥୀ ଜୋୟ ବାଇଡ଼େନ୍ ଟ୍ରମ୍ପଙ୍କୁ ହରାଇ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

Related

News