ମଁ୍ୟାମାର: ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମୃତ 

  • 03-Mar-2021
  • 0 Comments


ମାଁମାର ସେନା ଗଣତନ୍ତ୍ରବାଦୀ ନେତ୍ରୀ ଅଙ୍ଗ୍ ସାନ୍ ସୁ-କିଙ୍କ ସରକାରକୁ କ୍ଷମତାଚୁ୍ୟତ କରି ଶାସନ ଦାୟିତ୍ୱ ହାତକୁ ନେବା ପରଠାରୁ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ମଁ୍ୟାମାରର ଗଳିକନ୍ଦିରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା ବେଳେ ସେନାବାହିନୀ ପକ୍ଷରୁ ଦମନମୂଳକ ନୀତି ପ୍ରୟୋଗ କରାଯାଇଛି । ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ଅନୁ୍ୟନ ୧୦ ଜଣ ବିକ୍ଷୋଭ ପ୍ରଦର୍ଶନକାରୀ ପ୍ରାଣ ହରାଇଥିଲେ । ଆଜି (ବୁଧବାର) ସୁରକ୍ଷାକର୍ମୀଙ୍କ ଗୁଳିରେ ଆହୁରି ୬ ଜଣ ବିକ୍ଷୋଭକାରୀ ମରିଛନ୍ତି । ମୃତୁ୍ୟକୁ ଭ୍ରୁକ୍ଷେପ ନକରି ଲୋକମାନେ ସେନା ବିରୋଧରେ ରାସ୍ତାକୁ ଓହ୍ଲାଇବା ପରେ ସେଠାକାର ରାଜନୈତିକ ସଂକଟ କ୍ରମେ ଜଟିଳ ଆଡ଼କୁ ଗତି କରୁଛି । ଲୋକମାନେ ପୁଣି ଗଣତନ୍ତ୍ର ଶାସନ ଦାବି କରୁଛନ୍ତି ।
ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ସେନା ପକ୍ଷରୁ ଲୁହବୁହା ବାଷ୍ପ, ରବର ଗୁଳି ସାଙ୍ଗକୁ ଜୀବନ୍ତ ଗୁଳି ବ୍ୟବହାର କରାଯାଉଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ଅଭିଯୋଗ ଶୁଣିବାକୁ ମିଳିଛି । ମଁ୍ୟାମାରସ୍ଥିତ ମିଳିତ ଜାତିସଂଘର ମାନବାଧିକାର ଆୟୋଗ ସୂଚନାମ ମୁତାବକ ରବିବାର ସେନାଗୁଳିରେ ଅତିକମରେ ୧୮ ଜଣ ଲୋକ ମରିଛନ୍ତି । ଶତାଧିକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଜେଲକୁ ପଠାଇ ଦିଆଯାଇଛି । 

ଆସନ୍ତା ଶୁକ୍ରବାର ମିଳିତ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ଅନୁଷ୍ଠିିତ ହେବାର ଅଛି । ସେଦିନ ମଁ୍ୟାମାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ଅଛି । ଅନ୍ତର୍ଜାତୀୟ ସ୍ତରରୁ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି ଯେ ମଁ୍ୟାମାରର ଆଭ୍ୟନ୍ତରୀଣ ମାମଲାରେ ମିଳିତ ଜାତିସଂଘ ହସ୍ତକ୍ଷେପକୁ ରୁଷିଆ ଓ ଚୀନ ପ୍ରତିବାଦ କରି ଭିଟୋ ପ୍ରୟୋଗ କରିପାରନ୍ତି । କେତୋଟି ଦେଶ ବ୍ୟକ୍ତିଗତ ଭାବେ ମଁ୍ୟାମାର ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁୁ ବିଚାର କରୁଛନ୍ତି । ମଁ୍ୟାମାର ସେନା ଲୋକଙ୍କ ଉପରେ ନାନା କଟକଣା ଲାଗୁ କରିଛନ୍ତି । 

Related

News