ଇସ୍ରାଏଲ-ହମାସ ଲଢ଼େଇ: ଲୁଚିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

  • 17-Oct-2023
  • 0 Comments


ଇସ୍ରାଏଲ-ହମାସ ଲଢ଼େଇ ଧିରେ ଧିରେ ପାଶ୍ଚାତ୍ୟ ଜଗତକୁ ଚିନ୍ତାରେ ପକାଇଲାଣି । ଉକ୍ତ ଲଢ଼େଇରେ ଆମେରିକାର ୫୦ ନାଗରିକ ମଲେଣିଣି । ଯାହାର ପରିଣାମ ଦେଖିବାକୁ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ ବୁଧବାର ଇସ୍ରାଏଲକୁ ଯାଉଛନ୍ତି । ସୋମବାର ଦିନ ମୌଳବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଓ ଜେରୁଜେଲମ ଉପରେ ରକେଟ୍ ମାଡ଼ କରାଯାଇଛି ।

ଇସ୍ରାଏଲ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଥିଲା । ରକେଟ୍ ମାଡ଼ ହେବାର ଦେଖି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଅନ୍ୟ ସାଂସଦମାନେ ଜୀବନ ବିକଳରେ ସଂସଦର ଭୂମିଗତ କୋଠରୀରେ ଆତ୍ମଗୋପନ କରିଥିଲେ । ସୁରକ୍ଷାକର୍ମୀ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରିବା ପରେ ସାଇରନ୍ ବଜାଇ ଥିଲେ ।

ସୁରକ୍ଷା ବ୍ୟବସ୍ଥା ଠିକ ଥିବା ଅନୁଭବ କରିବା ପରେ ସାଂସଦମାନେ ଅଧିବେଶନ ସଦନରେ ଏକଜୁଟ ହୋଇଥିଲେ । ପ୍ରାୟ ୧୯୯ ଇସ୍ରାଏଲ ସେନାଙ୍କୁ ବନ୍ଦୀ କରି ଗାଜାରେ ରଖିଛି ହମାସ ।

ହମାସ-ଇସ୍ରାଏଲ ଲଢ଼େଇ କ୍ରମେ ଲେବାନନକୁ ବ୍ୟାପିଲାଣି । ଇସ୍ରାଏଲ ସୂଚନା ମୁତାବକ ଲେବାନନ ସୀମା ନିକଟରୁ ଦେଶ ଭିତରକୁ ପ୍ରାୟ ଦୁଇ କିଲୋମିଟର ଅଂଚଳକୁ ଜନଶୂନ୍ୟ କରାଯିବ । ଲେବାନନର ହିଜବୁଲ୍ଲା ସଂଗଠନ ହମାସ ସହିତ ହାତ ମିଳାଇଥିବା ଜଣାପଡ଼ିଛି ।

Related

News