ପାକିସ୍ତାନ: ବିଳାସମୟ ହୋଟେଲ ଉପରେ ଆତଙ୍କୀ ହମଲା

  • 22-Apr-2021
  • 0 Comments


ପାକିସ୍ତାନର କ୍ୱେଟାସ୍ଥିତ ଏକ ବିଳାସମୟ ହୋଟେଲ ଉପରକୁ ଶକ୍ତିଶାଳୀ ବୋମାମାଡ଼ କରାଯିବା ଫଳରେ ଅତିକମରେ ଚାରିଜଣ ପ୍ରାଣ ହରାଇଛନ୍ତି । ୧୨ରୁ ଅଧିକ ଲୋକ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେରେନା ହୋଟେଲର କାର ରହଣି ସ୍ଥାନ ନିକଟରେ ଚୀନ ରାଜଦୂତଙ୍କୁ ମାରିବା ପାଇଁ ଆତଙ୍କୀ ସଂଗଠନ ଷଡ଼ଯନ୍ତ୍ର କରିଥିଲା ବୋଲି ପୁଲିସ ସନେ୍ଦହ ପ୍ରକାଶ କରିିଛି । ଆଫଗାନିସ୍ତାନ ସୀମାକୁ ଲାଗି ପାକିିସ୍ତାନର ବାଲୁଚିସ୍ତାନ ପ୍ରଦେଶ ରହିଛି । ତା’ର ରାଜଧାନୀ ହେଉଛି କ୍ୱେଟା । ବିସ୍ଫୋରଣ ଘଟିବା ସମୟରେ ଚୀନ୍ ରାଷ୍ଟ୍ରଦୂତ ହୋଟେଲରେ ଅନୁପସ୍ଥିତ ଥିଲେ । ବିସ୍ଫୋରଣ ପାଇଁ ପାକ୍ ତାଲିବାନ ନିଜକୁ ଦାୟୀ କରିଛି । ତେବେ ହମଲା ପଛରେ କାରଣ ଦର୍ଶାଇନାହିଁ । ସୋସିଆଲ ମିଡିଆରେ ହୋଟେଲ ବିସ୍ଫୋରଣ ଦୃଶ୍ୟ ଭାଇରାଲ୍ ହୋଇଛି । ପାକିସ୍ତାନର ଏହି ବିଳାସମୟ ହୋଟେଲରେ ସରକାରୀ ଉଚ୍ଚ ଅଧିକାରୀ ଓ ବିଭିନ୍ନ ଦେଶର ରାଜଦୂତ, ରାଜପ୍ରତିନିଧି ଓ ମୁଖିଆମାନେ ରହିଥାନ୍ତି ।

ପାକ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଶେଖ ରସିଦ ଅହମଦ କହିଛନ୍ତି ଯେ ଗୋଟିଏ କାରରେ ବିପୁଳ ପରିମାଣର ବିସ୍ଫୋରକ ରଖାଯାଇ ହୋଟେଲର କାର ରହଣି ସ୍ଥଳରେ ରଖାଯାଇଥିଲା । ଚୀନ ରାଜଦୂତ ନଙ୍ଗ ରୋଙ୍ଗ ପାକ୍ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏକ ମନୋଜ୍ଞ ଉତ୍ସବରେ ଯୋଗ ଦେଇଥିବାରୁ ବିସ୍ଫୋରଣର ଶିକାର ବର୍ତ୍ତି ଯାଇଛନ୍ତି । ପାକିସ୍ତାନୀ ତାଲିବାନ ସଂଗଠନର ମୁଖପାତ୍ର କହିବାନୁସାରେ ଜଣେ ମାନବବୋମା ବିସ୍ଫୋରକ ଭରା କାର ନେଇ ହୋଟେଲ ଭିତରେ ପ୍ରବେଶ କରିଥିଲେ । ବିସ୍ଫୋରଣରେ ମାନବବୋମା ପ୍ରାଣ ହରାଇଛନ୍ତି । 

Related

News