ନାସାର ସଫଳତା: ମଙ୍ଗଳ ଆକାଶରେ ହେଲିକପ୍ଟର

  • 19-Apr-2021
  • 0 Comments


ଆମେରିକାର ମହାକାଶ ଗବେଷଣା ସଂସ୍ଥା ମଙ୍ଗଳ ବାୟୁମଣ୍ଡଳରେ ସଫଳତାର ସହ ଛୋଟ ହେଲିକପ୍ଟର ବା ଡ୍ରୋନ୍ ଉଡ଼ାଇଥିବା ଦାବି କରିଛି । ଡ୍ରୋନର ନାମ ଇଞ୍ଜେନୁଇଟି । ଆକାଶରେ ଉଡ଼ି ବୁଲୁଥିବା ଗୋଟିଏ ବିମାନରୁ ପୃଥିବୀ ବାହାରକୁ ଯାଇଥିବା ଡ୍ରୋନକୁ ନିୟନ୍ତ୍ରଣ କରିପାରିଛି ନାସା ।  ମହାକାଶରେ ଘୁରି ବୁଲୁଥିବା କୃତ୍ରିମ ଉପଗ୍ରହରୁ ଉଠା ଯାଇଥିବା ଫଟୋରୁ ମଙ୍ଗଳ ପୃଷ୍ଠରେ ଡ୍ରୋନର ଉପସ୍ଥିତି ସ୍ପଷ୍ଟ ହୋଇଛି । ଏମିତି ଆହୁରି ଡ୍ରୋନ ଛାଡ଼ି ମଙ୍ଗଳକୁ ଭଲ ଭାବରେ ପଢ଼ିବାକୁ ନାସା ଯୋଜନା ରଖିଛି ।

ନାସାର ଇଞ୍ଜେନୁଇଟି ପ୍ରୋଜେକ୍ଟର ପରିଚାଳକ ମିମି ଔଙ୍ଗ କହିଛନ୍ତି ଯେ ଅନ୍ୟ ଗ୍ରହରେ ମଣିଷ ଉଡ଼ାଇବାର ଅଭିଳାଷ ରଖିଛୁ । ମଙ୍ଗଳରେ ଇଞ୍ଜିନୁଇଟି ଉଡ଼ାଇଲା ବେଳେ ଆମର ରାଇଟ୍ ବ୍ରଦର୍ସଙ୍କ କଥା ମନେ ପଡ଼ିଗଲା । ୧୯୦୩ରେ ୱିଲବର ଓ ଅରଭିଲେ ରାଇଟ୍ ଭୂପୃଷ୍ଠରେ ଠିଆ ହୋଇ ଆକାଶରେ ବିମାନ ଉଡ଼ାଇଥିଲେ । ଏବେ ବିମାନରେ ମଣିଷ ବସି ସାରା ବିଶ୍ୱ ବୁଲୁଛନ୍ତି ।

Related

News