ଆଜି: ଆଇନଷ୍ଟାଇନଙ୍କ ନିଧନ ଘଟିଥିଲା

  • 18-Apr-2021
  • 0 Comments


ଆଇନଷ୍ଟାଇନ କହିଥିଲେ, ‘ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନାକିଛି ଅସାଧାରଣ ଶକ୍ତି ରହିଛି । ତା’ମାନେ ନୁହେଁ ଯେ ମାଛ ନିକଟରେ ଗଛ ଚଢ଼ିବାର ଶକ୍ତି ରହିଛି ।’ ଦିନେ ପାଠରେ ଡୋରି ବାନ୍ଧିବା ପାଇଁ ଶିକ୍ଷକ ଯେଉଁ ପିଲାଟିକୁ ପରାମର୍ଶ ଦେଇଥିଲେ । ଆଜି ସବୁ ଦେଶର ପିଲାମାନେ ସେଇ ମହାନ ବ୍ୟକ୍ତିଙ୍କ ବୈଜ୍ଞାନିକ ସିଦ୍ଧାନ୍ତକୁ ପଢୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେଇ ଶ୍ରେଷ୍ଠ ବୈଜ୍ଞାନିକ ହେଉଚନ୍ତି ଆମର ପ୍ରିୟ ଆଇନଷ୍ଟାଇନ । ତାଙ୍କର ଆପେକ୍ଷିକ ତତ୍ତ୍ୱ ଓ ଶକ୍ତି ସମ୍ପର୍କୀତ ଋ=ଜ୍ଞମ୨ ମତବାଦ ବିଜ୍ଞାନ ଜଗତକୁ ଅଧିକ ଲୋକପ୍ରିୟ କରିଛି । ଫଟୋ ଇଲେକ୍ଟ୍ରିକ ଇଫେକ୍ଟ ପାଇଁ ସେ ୧୯୨୧ରେ ନୋବେଲ ପୁରସ୍କାର ଲାଭ କରିଥିଲେ । ଆଇନଷ୍ଟାଇନ୍ ପ୍ରାୟ ୩୦୦ରୁ ଅଧିକ ବୈଜ୍ଞାନିକ ମତବାଦ ପ୍ରକାଶନ କରିଛନ୍ତି । ୧୯୫୫ ଏପ୍ରିଲ ୧୮ ତାରିଖରେ ତାଙ୍କର ନିଧନ ହୋଇଥିଲା ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟଲର ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ ହତ୍ୟା କରିବା ପାଇଁ ୫ ହଜାର ଡଲାର ପରିମାଣର ପୁରସ୍କାର ଘୋଷଣା କରିଥିଲେ । ଆଇନଷ୍ଟାଇନ ୟିହୁଦି ଥିଲେ । ହିଟଲର ୟିହୁଦିଙ୍କୁ ଘୃଣା କରୁଥିଲେ । ୟିହୁଦିଙ୍କ ରଚିତ ପୁସ୍ତକ ପୋଡ଼ି ଦେଇଥିଲେ ହିଟଲର । ସେସବୁ ବହି ଭିତରେ ଆଇନଷ୍ଟାଇନଙ୍କ ଲିଖିତ ବହି ସାମିଲ ଥିଲା । ହିଟଲରଙ୍କ ଘୋଷଣାରେ ଭୟଭୀତ ହୋଇ ଆଇନଷ୍ଟାଇନ ଆମେରିକା ପଳାୟନ କରିଥିଲେ ।

୧୯୧୪ରୁ ୧୯୩୨ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନରେ ରହିଥିଲେ ଆଇନଷ୍ଟାଇନ । ୧୯୩୩ରେ ହିଟଲର ଜର୍ମାନୀର ଶାସନକର୍ତ୍ତା ହେଲେ । କ୍ଷମତାକୁ ଯିବାପରେ ହିଟଲର ପ୍ରଥମେ ୟିହୁଦିଙ୍କ ଉପରେ ରାଗ ଶୁଝାଇଥିଲେ । ୧୮୭୯ରେ ଆଇନଷ୍ଟାଇନ ଜର୍ମାନୀର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଗୋଟିଏ ବିଜୁଳି ସାମଗ୍ରୀ ତିଆରି କାରଖାନା ପରିଚାଳନା କରୁଥିଲେ ।  ତାଙ୍କ ମା’ ଗୃହିଣୀ ଥିଲେ । ଆଇନଷ୍ଟାଇନଙ୍କ ଲାଳନ ପାଳନ ଦାୟିତ୍ୱ ତୁଲାଇଥିଲେ ତାଙ୍କର ଦାଦା । ବିଜ୍ଞାନପ୍ରେମୀ ଦାଦା ଆଇନଷ୍ଟାଇନଙ୍କୁ ସବୁବେଳେ ବିଜ୍ଞାନଭିତ୍ତିକ ପୁରସ୍କାର ଦେଉଥିଲେ । 

Related

News