୬ରେ ଆସ୍ଥାଭୋଟ ଲୋଡ଼ିବେ ଇମ୍ରାନ୍

  • 05-Mar-2021
  • 0 Comments


ମାର୍ଚ୍ଚ ୬ ତାରିଖରେ ପାକିସ୍ତାନ ସଂସଦର ନିମ୍ନ ସଦନ ଅର୍ଥାତ୍ ନ୍ୟାସନାଲ୍ ଆସେମ୍ଲିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସ୍ଥା ଭୋଟ ଲୋଡ଼ିବାକୁ ଯାଉଛନ୍ତି । ପ୍ରମୁଖ ବିରୋଧୀ ଦଳଗୁଡ଼ିକ ମିଶି ତାଙ୍କୁ କ୍ଷମତାଚୁ୍ୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଗୁରୁବାର ଜାତୀୟ ଆସେମ୍ଲିରେ ଉଦବୋଧନ ଦେବା ସମୟରେ ଇମ୍ରାନ କହିଛନ୍ତି, ଗତ ୩୦/୪୦ ବର୍ଷ ଧରି ସିନେଟ ନିର୍ବାଚନରେ ପାଣି ପରି ଟଙ୍କା ଖଟାଯାଉଥିଲା । ପରିଣାମ ସ୍ୱରୂପ ଦେଶ ଏବେ କଠିନ ସଂକଟ ଦେଇ ଗତିକରୁଛି । ସ୍ୱଚ୍ଛତାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ଦେଶରେ ନିର୍ବାଚନ ଆୟୋଗ ରହିଛି । ମାତ୍ର ଗୁପ୍ତଭୋଟ ଜରିଆରେ ସିନେଟ୍ ନିର୍ବାଚନ କରାଯିବାର ମାନେ କ’ଣ ବୋଲିି ଇମ୍ରାନ ପ୍ରଶ୍ନ ଉଠାଇଛନ୍ତି । ସିନେଟ ନିର୍ବାଚନରେ ତାଙ୍କ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀଙ୍କଠାରୁ ପରାଜିତ ହେବାପରେ ଇମ୍ରାନଙ୍କୁ ଆସ୍ଥାଭୋଟର ସାମ୍ନା କରିବାକୁ ପଡୁଛି । ନିର୍ବାଚନରେ ବିପୁଳ କଳାଟଙ୍କା ଦିଆନିଆ ହୋଇଛି ବୋଲି ଇମ୍ରାନ ସନେ୍ଦହ କରୁଛନ୍ତି । ଜାତୀୟ ଆସେମ୍ଲିରେ ଇମ୍ରାନ ଅଭିଭାଷଣ ଦେଉଥିବା ସମୟରେ ସେନାଧ୍ୟକ୍ଷ ଜେନେରାଲ କାମାର ଜାଭେଦ ବାଜୱା ଓ ଆଇଏସଆଇ ଡାଇରେକ୍ଟର ଲେଫ୍ଟନାଂଟ ଜେନେରାଲ ଫୈଜ ହମିଦ ଉପସ୍ଥିତ ଥିଲେ । ଶେଖଙ୍କୁ ଜିତାଇବା ପାଇଁ ଖୋଦ ଇମ୍ରାନ ପ୍ରଚାର ମଙ୍ଗ ଧରିଥିଲେ ।    

Related

News