ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଲା ଇରାନ 

  • 05-Feb-2021
  • 0 Comments


ବୁଧବାର ପାକିସ୍ତାନ ସୀମା ଭିତରେ ପଶି ଇରାନ ସେନା କିଛି ଆତଙ୍କବାଦୀଙ୍କୁ ହତ୍ୟା କରି ନିଜର ସୈନିକଙ୍କୁ ନେଇଯାଇଛି l ଇରାନ ସେନାକୁ ମୁକାବିଲା କରିବା ପାଇଁ ଆସିଥିବା କିଛି ପାକ ଯବାନ ଆହତ ହୋଇଥିବାର ଅନୁମାନ କରାଯାଇଛି l ପ୍ରଧାନ ମନ୍ତ୍ରୀ ଇମ୍ରାନ ପାଟି ଖୋଲୁନାହାନ୍ତି l ସୂଚନା ମୁତାବକ, ପାକିସ୍ତାନରେ ଅଡ୍ଡା ଜମାଇଥିବା ଏକ ଆତଙ୍କବାଦୀ ସଂଗଠନ ଇରାନର ଦୁଇ ଜଣ ସୈନିକଙ୍କୁ ବନ୍ଦୀ କରି ରଖିଥିଲା l ସେମାନଙ୍କୁ ଛାଡି ଦେବା ପାଇଁ ଇରାନ ସରକାର ପରାମର୍ଶ ଦେଇଥିଲେ ମଧ୍ୟ ପାକିସ୍ତାନ ଶୁଣି ନଥିଲା l ଫଳରେ ଗୁଇନ୍ଦା ସୂଚନାକୁ ଆଧାର କରି ଇରାନ ସେନା ମଙ୍ଗଳବାର ରାତିରେ ପାକିସ୍ତାନରେ ପ୍ରବେଶ କରିଥିଲା।

 

ଯୋଜନାନୁସାରେ ଇରାନ ସେନା ବେଲୁଚିସ୍ତାନ ପ୍ରଦେଶରେ ପ୍ରବେଶ କରି ଜୈସ-ଉଲ-ଅଦଲ ଶିବିର ଉପରେ ଅତର୍କିତ ଆକ୍ରମଣ କରିଥିଲା l ପାକିସ୍ତାନ ସେନା ଇରାନ ସେନାର ମୁକାବିଲା କରିବାରେ ବ୍ୟର୍ଥ ହୋଇଥିଲେ। ଇରାନ ସେନା ନିଜର ଦୁଇ ସଦସ୍ୟଙ୍କୁ ଆତଙ୍କବାଦୀଙ୍କ କବଳରୁ ଖସାଇ ନେବାରେ ସମର୍ଥ ହୋଇଥିଲା। ଏହି ଅଭିଯାନରେ ବହୁ ଆତଙ୍କବାଦୀ ନିପାତ ହୋଇଥିବା ଇରାନ୍‌ ସେନା କହିଛି ।  

Related

News