ସଂଗ୍ରହାଳୟ ରୂପ ନେଉଛି ଦିଲ୍ଲୀପ ଓ ରାଜଙ୍କ କୋଠା 

  • 02-May-2021
  • 0 Comments


ଏବେ ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅଭିନେତା ଦିଲ୍ଲୀପ କୁମାର ଓ ରାଜ କପୁରଙ୍କ ପୈତୃକ କୋଠାର ନବୀକରଣ ଚାଲିଛି । ଏହି ଦୁଇଟି କୋଠାକୁ ପାକିିସ୍ତାନ ସରକାର କିଣିବା ପରେ ସଂଗ୍ରହାଳୟ ରୂପ ଦେବେ । କୋଠା କିଣିବା ପାଇଁ ଖାଇବର ପଖତୁନଖୁଆ ମୁଖ୍ୟମନ୍ତ୍ରୀ ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ପେଶାୱରର ଡେପୁଟି କମିଶନର ମହମ୍ମଦ ଅଲୀ ଅସଗର ଦିଲ୍ଲୀପ କୁମାରଙ୍କ ମୋହଲ୍ଲା ଖୁଦାଦାଦସ୍ଥିତ ୪ ମହଲା କୋଠା ଓ ରାଜ କପୁରଙ୍କର ଅନ୍ଦର ସହର ବଜାରସ୍ଥିତ ୬ ମହଲା କୋଠାକୁ ଯଥାକ୍ରମେ ୮୦ ଲକ୍ଷ ୫୬ ହଜାର ଓ ଦେଢ଼କୋଟି ଟଙ୍କା ମୂଲ୍ୟାୟନ  କରିଛନ୍ତି । ଶୁଣିବାକୁ ମିଳିଥିଲା ଯେ ବଜାର ଦରଠାରୁ ଯଥେଷ୍ଟ କମ୍ ମୂଲ୍ୟରେ ସରକାର ଉକ୍ତ କୋଠା ଦୁଇଟିକୁ କିଣିବାକୁ ଚାହୁଁଥିଲେ । କୋଠା ଦୁଇଟିର ମାଲିକ ସରକାରଙ୍କୁ ବିକିବା ବଦଳରେ ସପିଙ୍ଗ ମଲ ଠିଆ କରିବା  ଯୋଜନାରେ ଥିଲେ ।
ରାଜ କପୁରଙ୍କ କୋଠା ସମ୍ପର୍କରେ ଶୁଣିବାକୁ ମିଳେ ଯେ ୧୯୪୭ ବିଭାଜନ ପୂର୍ବରୁ ବିବାହ ପାର୍ଟି ପାଇଁ କପୁରଙ୍କ କୋଠାର ଚାହିଦା ଥିଲା । ଏପରିକି ବିବାହ କାର୍ଯ୍ୟ ପାଇଁ ଆଗ୍ରହୀ ଲୋକଙ୍କୁ ୬ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା । ମାତ୍ର ଭୂକମ୍ପର ଶିକାର ହୋଇ ଉକ୍ତ କୋଠାଟି ଏବେ ଜରାଜୀର୍ଣ୍ଣ ।
 

୨୦୧୪ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ କପୁରଙ୍କ କୋଠାକୁ ଜାତୀୟ ସମ୍ପତ୍ତି ଘୋଷଣା କରିଥିଲେ । ମାତ୍ର ପରେ ସଂରକ୍ଷିତ ପାଇଁ ସାମାନ୍ୟ ପଦକ୍ଷେପ ଗ୍ରହଣ କରି ନଥିଲେ । କୁହାଯାଏ, ରାଜ କପୁରଙ୍କ  ଜେଜେବାପା ଅର୍ଥାତ୍ ପୃଥ୍ୱରାଜ କପୁରଙ୍କ ବାପା ଦେୱାନ ବଶେଶ୍ୱରନାଥ କପୁର ୧୯୧୮-୧୯୨୨ ଭିତରେ ଉକ୍ତ କୋଠା ତିଆରି କରିଥିଲେ । ଉକ୍ତ କୋଠାରେ ୪୦ଟି କୋଠରୀ ଓ ସୌଖୀନ ଝରକା ଦେଖିବାକୁ ମିଳେ । କପୁରଙ୍କ କୋଠା ନିକଟରେ ଦିଲ୍ଲୀପ କୁମାରଙ୍କ ଶତାଧିକ ବର୍ଷର କୋଠା ଅଛି ।   

Related

News