ଭାରତରେ ପାଦ ଦେଲା ସ୍ପୁଟନିକ-ଭି 

  • 01-May-2021
  • 0 Comments


ରୁଷିଆ ପ୍ରସ୍ତୁତ କରୋନା ଟୀକା ସ୍ପୁଟନିକ-ଭି ଆଜି ହାଇଦ୍ରାବାଦ ବିମାନ ବନ୍ଦରରେ ପହଂଚିଛି l ଡ଼କ୍ଟର ରେଡଡି ଲାବରେ ଉକ୍ତ ଟୀକା ପରୀକ୍ଷଣ ପରେ ଲୋକଙ୍କୁ ଦିଆଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି l ସ୍ଫୁଟନିକ୍‌-ଭିକୁ ଡିସିଜିଆଇ ଜରୁରୀକାଳୀନ ଅନୁମତି ଦେଇଛି। ଭାରତରେ କରୋନା ମହାମାରୀ ବିରୋଧରେ ସ୍ପୁଟନିକ-ଭି ତୃତୀୟ ଟିକା ଭାବେ ବିବେଚନା କରାଯାଉଛି। ଡକ୍ଟର୍ ରେଡ୍ଡି ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜିଭି ପ୍ରସାଦ କହିଛନ୍ତି, ଭାରତକୁ ଟିକା ଆଣିବା ନିମନ୍ତେ ‘ଆର୍‌ଡିଆଇଏଫ୍’ ସହ ବୁଝାମଣା ହୋଇଥିବାରୁ ଆମେ ଆନନ୍ଦିତ। ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ। ଭାରତରେ କୋଭିଡ୍-୧୯ ବିରୋଧରେ ‘ସ୍ପୁଟ୍‌ନିକ୍-ଭି’ ଦକ୍ଷ ପ୍ରମାଣିତ ହେବ ବୋଲି ପ୍ରସାଦ ଆଶା ବ୍ୟକ୍ତ କରିଛନ୍ତି।    

Related

News