ଖାଡ଼ା ଉପାସ ରହୁଛନ୍ତି ୭୧ ଭାଗ ଗାଜା ବାସିନ୍ଦା

  • 21-Dec-2023
  • 0 Comments


ନୂଆଦିଲ୍ଲୀ: ପ୍ରାୟ ୭୧ ଭାଗ ଗାଜା ବାସିନ୍ଦା ଖାଡ଼ା ଉପାସରେ ଦିନ କାଟୁଛନ୍ତି । ୟୁରୋପର ଗୋଟିଏ ମାନବିକ ଅଧିକାର ସଂଗଠନ ଯୁଦ୍ଧ ପ୍ରପୀଡିତ ଗାଜା ପରିସ୍ଥିତିକୁ ଅତି ନିକଟରୁ ଦେଖିବା ପରେ ଏଭଳି ରିପୋର୍ଟ ପ୍ରଦାନ କରିଛି । ସଂଗଠନ କହିଛି ଯେ ଗାଜାରେ ବସବାସ କରୁଥିବା ପାଲେଷ୍ଟିନୀୟଙ୍କୁ କଡ଼ା ଶାସ୍ତି ଦେବା ପାଇଁ ଇସ୍ରାଏଲ ଭୋକକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି ।

ସଂଗଠନ ପକ୍ଷରୁ ଗୋଟିଏ ଟିମ୍ ଗାଜାରେ ପହଂଚିଥିଲା । ଅକ୍ଟୋବର ୭ ତାରିଖରୁ ପ୍ରାୟ ୧୨୦୦ ଗାଜା ବାସିନ୍ଦାଙ୍କ ହାଲତ ଅତି ନିକଟରୁ ଦେଖିଥିଲା । ହମାସ-ଇସ୍ରାଏଲ ଯୁଦ୍ଧ ସେମାନଙ୍କର ଜୀବନକୁ କଦର୍ଯ୍ୟ କରିଦେଇଛି । କାମଧନ୍ଦା ନାହିଁ, ପାଖରେ କାଣିକଉଡିଟିଏ ନାହିଁ ।

ଦୋକାନ ବଜାରରେ ଉକ୍ରଟ ଖାଦ୍ୟଶସ୍ୟ ସଂକଟ ।

ପାଲେଷ୍ଟାଇନ ପ୍ରତି ଇସ୍ରାଏଲ ମନରେ ସାମାନ୍ୟ ଦରଦ ନାହିଁ । ଯୁଦ୍ଧରେ ପ୍ରାୟ ୨୦ ହଜାର ମୃତାହତ ହୋଇଛନ୍ତି । ୬୦ ହଜାର ଜନତା ବାସହୀନ  ହୋଇଛନ୍ତି । ଅସ୍ଥାୟୀ ଶିବିରରେ ମୁଣ୍ଡ ଗୁଞ୍ଜିଛନ୍ତି ପ୍ରାୟ ୯୦ ଭାଗ ପାଲେଷ୍ଟିନୀୟ ।

Related

News