ବିଶ୍ୱବାସୀଙ୍କୁ ବୋକା ବନାଉଛି ଚୀନ

  • 27-Jan-2021
  • 0 Comments


କରୋନା ଭୂତାଣୁ ସୃଷ୍ଟି ହେବା ବିଷୟରେ ଚୀନ ପୁଣି ବିଶ୍ୱବାସୀଙ୍କୁ ବୋକା ବନାଇବାକୁ ଉଦ୍ୟମ ଆରମ୍ଭ କରିଛି । ୟୁହାନ ମାଂସ ବଜାରରୁ ସୃଷ୍ଟି ହୋଇଥିବା ଭୂତାଣୁ ସମ୍ପର୍କରେ ଚୀନ ଏବେ ପ୍ରବଳ ଥଣ୍ଡା ପରିବେଶକୁ ଦାୟୀ କରିଛି । ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସର୍ବେକ୍ଷକମାନେ ଚୀନରେ ପହଂଚି କୋଭିିଡ୍-୧୯ ଭୂତାଣୁ ଜନ୍ମ ନେବାର କାରଣ ଜାଣିବାକୁ ଚାହିଁଛନ୍ତି । ସର୍ବେକ୍ଷଣ ଟିମକୁ କୌଣସି ମତେ ମନାଇବାକୁ ଚୀନ ଉଦ୍ୟମ ଚଳାଇଛି । ଚୀନ କହିଛି ଯେ ମାଂସ ବଜାରରୁ ନୁହେଁ, ଚୀନରେ ଅତିଶୟ ଥଣ୍ଡା ପଡ଼ିବାରୁ ତା’ କୋପରେ କରୋନା ଭୂତାଣୁ ସୃଷ୍ଟି ହୋଇଛି । 

 

ସାରାବିଶ୍ୱକୁ କରୋନା ସଂକ୍ରମଣ କରିବା ପଛରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନକୁ ଦୋଷ ଦେଇଛି । ଆମେରିକାର ଯୁକ୍ତିକୁ ବ୍ରିଟେନ, ଜର୍ମାନୀ ଓ ବହୁ ୟୁରୋପୀୟ ଦେଶ ସ୍ୱୀକାର କରିଛନ୍ତି ।  ଏବେ ଚୀନର ନୂଆ ମତବାଦକୁ ଗ୍ରହଣ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ବିବାଦରେ ପଡ଼ିବନି ତ!

Related

News