ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀ

  • 14-Jun-2021
  • 0 Comments


ଧରଣୀକୁ ଧ୍ୱଂସମୁଖରୁ ରକ୍ଷା କରିବା ପାଇଁ ଆହ୍ୱାନ

ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭର୍ଚୁଆଲି ଭାଗ ନେଇ ଅଭିଭାଷଣ ପ୍ରଦାନ କରିଛନ୍ତି । ରୁକ୍ଷ ଓ ଶୁଷ୍କ ଜମି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତରେ ଧରଣୀକୁ ସବୁବେଳେ ମା’ର ସମ୍ମାନ ଦିଆଯାଇଛି । ଉର୍ବର ଜମି ଓ କ୍ଷୁଧା ଏବେ ମାନବ ସମାଜ ପାଇଁ ଚିନ୍ତାର କାରଣ ହୋଇଛି । ସାରା ଦୁନିଆ ପ୍ରତି ବିପଦ ସୃଷ୍ଟି ହୋଇଛି । ଚାଷଜମିର ଅଭାବ ଏବେ ବିକାଶଶୀଳ ଦେଶ ଓ ଦୁନିଆ ପାଇଁ ବଡ଼ ବିପଦ । ଭାରତ ଏହି ମାମଲାରେ ସମଭାବାପନ୍ନ ଦେଶଗୁଡ଼ିକ ଆଡ଼କୁ ସହାୟତାର ହାତ ବଢ଼ାଇଆସିଛି । ଭାରତ ସରକାର ସେଂଟର ଫର୍ ଏକ୍ସସେଲେନ୍ସୀ ଗଠନ କରିଛନ୍ତି । ଉକ୍ତ ସଂସ୍ଥା ସହାୟତାରେ ଆମେ ସାରା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । କଚ୍ଛ ଇଲାକାରେ ଉର୍ବର ଜମିର ଅଭାବ ପରିଲକ୍ଷିତ ହେଉଥିଲା । ସେଠାରେ କମ୍ ପରିମାଣର ବର୍ଷା ହେଉଥିଲା । ସରକାର ଉକ୍ତ ଇଲାକାରେ ଘାସଚାଷର ବ୍ୟବସ୍ଥା କଲେ । ମରୁଭୂମିକୁ ଉର୍ବର କରିବାର ଯୋଜନା ଏବେ ସଫଳ ହୋଇଛି ।
୨୦୩୦ ସୁଦ୍ଧା ଭାରତର ୨୬ ଲକ୍ଷ ହେକ୍ଟର ଜମିକୁ ସବୁଜ ବନାନୀରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି । ଭାରତର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପରିମାଣ କମ୍ କରିବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ପ୍ରତି ଦୃଷ୍ଟି ଦିଆଯାଇଛି ।
 

ବିଗତ ୧୦ ବର୍ଷ ଭିତରେ ଭାରତ ୩୦ ଲକ୍ଷ ହେକ୍ଟର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିଛି । ମରୁଭୂମିକୁ ପ୍ରାକୃତିକ ଉପାୟରେ ସବୁଜ ବନାନୀରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଭାରତ ଆଜି ବିଶ୍ୱ ଦରବାରରେ ଶୁଷ୍କଜମିକୁ ଉଠିଆ କରିବାର ମନ୍ତ୍ର ପାଠ କରିଛି । ଦିନେ ସାରା ଦୁନିଆ ଭାରତର ଉକ୍ତ ମନ୍ତ୍ରର ଗୁରୁତ୍ୱ ଅନୁଭବ କରିବ, ଏଥିରେ ତିଳେ ସନେ୍ଦହ କରିବାର ଅବକାଶ ନାହିଁ ।

Related

News