ମ୍ୟାନମାର: ସେନା ଶାସନକୁ କଡ଼ା ବିରୋଧ

  • 04-Apr-2021
  • 0 Comments


ମ୍ୟାନମାରର ପ୍ରତିଟି ସହରରେ ଜନଆନେ୍ଦାଳନ ମୁଣ୍ଡ ଟେକୁଛି । ମ୍ୟାନମାର ସେନା ସେଠାକାର ନିର୍ବାଚିତ ସରକାରଙ୍କୁ ବଳପୂର୍ବକ କ୍ଷମତାରୁ ତଡ଼ି ଦେଶର ଶାସନ ବ୍ୟବସ୍ଥାକୁ ହାତକୁ ନେବାରୁ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ଗଣତାନ୍ତ୍ରିକ ସରକାର ପୁନର୍ବାର କ୍ଷମତାକୁ ନଫେରିବା ପର୍ଯ୍ୟନ୍ତ ଆନେ୍ଦାଳନ ଚଳାଇବା ପାଇଁ କିଛି ସଂଗଠନ ଅଂଟା ଭିଡିଛନ୍ତି । ରବିବାର ଇଷ୍ଟର ଅବସରରେ ବହୁ ବିକ୍ଷୋଭ ପ୍ରଦର୍ଶନକାରୀ ହାତରେ ଚିତ୍ରିତ ଅଣ୍ଡା ଧରି ସାମରିକ ସରକାରଙ୍କ ଦମନମୂଳକ ନୀତିକୁ ପ୍ରତିବାଦ କରିଥିଲେ । ମ୍ୟାନମାରରେ ଦେଶବ୍ୟାପୀ ଆନେ୍ଦାଳନ ପାଇଁ ଗଣତନ୍ତ୍ରବାଦୀ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିକ୍ଷୋଭ ଚପାଇବା ପାଇଁ ସେନା ପକ୍ଷରୁ ଯାବତୀୟ ଉଦ୍ୟମ ଚାଲିଛି । ନିରୀହ ଜନତାଙ୍କ ପ୍ରତି ସେନାର ରକ୍ତମୁଖା ଅଭିଯାନ କ୍ରମେ ଅନ୍ତର୍ଜାତୀୟ ସ୍ତରକୁ ଉଦବେଗ କରିଛି । ୟାଙ୍ଗନ, ମାଣ୍ଡାଲେ ଭଳି ପ୍ରମୁଖ ସହରରେ ଗଣତନ୍ତ୍ରବାଦୀ ଶକ୍ତି ସଂଗଠିତ ହେଉଛନ୍ତି । ମ୍ୟାନମାରର ସବୁ ରାଜନୈତିକ ଶକ୍ତି ଏକତ୍ରିତ ହୋଇ ସାମରିକ ଶାସନକୁ ତୀବ୍ର ବିରୋଧ କରୁଛନ୍ତି । ଫେବୃଆରୀ ମାସରୁ ଏ ଯାବତ୍ ସେନାର ନରମେଧ ଯଜ୍ଞରେ ୫୫୭ ମୁଣ୍ଡ ଗଡ଼ିଲାଣି । ୨୭୫୦ରୁ ଅଧିକ ଲୋକଙ୍କୁ ଜେଲରେ ଠୁଙ୍କି ଦିଆଯାଇଛି ।

ରବିବାର କେନ୍ଦ୍ର ମ୍ୟାନମାରରେ ସେନା ଯବାନଙ୍କ ଗୁଳିରେ ଜଣେ ବିକ୍ଷୋଭକାରୀ ମରିଛନ୍ତି ।
ବାଲିସିଆ ସ୍ଥିତ ସେଂଟ ପିଟର୍ସରେ ଅନୁଷ୍ଠିତ ଇଷ୍ଟର ପ୍ରାର୍ଥନାରେ ଯୋଗ ଦେଇ ପୋପ ଫ୍ରାନସିସ୍ ମ୍ୟାନମାରରେ ପ୍ରାଣବଳି ଦେଇଥିବା ଗଣତନ୍ତ୍ରପ୍ରେମୀଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ମଣିଷ-ମଣିଷ ମଧ୍ୟରେ ଘୃଣାଭାବର ଅନ୍ତ ଘଟାଇ ଶାନ୍ତିପୂର୍ଣ୍ଣ ସମାଧାନ କାମନା କରିଛନ୍ତି ।

Related

News