ଶ୍ରୀଲଙ୍କାରେ ରାଜନୈତିକ ସଂକଟ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ

  • 10-May-2022
  • 0 Comments


ଶ୍ରୀଲଙ୍କାରେ ରାଜନୈତିକ ସଂକଟ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ

କଲମ୍ବୋ, (ବିଡିଏନ୍ଏସ୍ ସ୍ୱତନ୍ତ୍ର ପ୍ରତିନିଧି): ଶ୍ରୀଲଙ୍କାରେ ପ୍ରଥମ ଥର ଜରୁରୀକାଳୀନ ପରିସ୍ଥିତି ଓ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସୋମବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ମହିନ୍ଦା ସାଧାରଣ ଜନତାକୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ମଧ୍ୟ ରାଷ୍ଟ୍ରପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ିଥିଲା। ଖାଦ୍ୟସାମଗ୍ରୀ ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା।
 

ଶ୍ରୀଲଙ୍କାରେ ଜୀବନଯାପନ କଷ୍ଟକର ହେବା ପରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲ। ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହୋଇଥିଲା। ଏହା ପରେ ସରକାର ଆନ୍ଦୋଳନକୁ ଦବାଇବା ପାଇଁ ଦେଶରେ କର୍ଫ୍ୟୁ ଲାଗୁ କରିଥିଲେ। ତେବେ ଉତ୍ତ୍ୟକ୍ତ ଜନତା ଆଇନ ଅମାନ୍ୟ କରି ଆନ୍ଦୋଳନକୁ ତୀବ୍ର କରିଥିଲେ।
ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଅଫିସ ଭଙ୍ଗାରୁଜା ହେବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଛନ୍ତି।  

Related

News