ରାଜ୍ୟ ଭୋଗିବ ‘ଆୟୁଷ୍ମାନ ଭାରତ’ରୁ ବାଦ ପଡ଼ିବା ଦଶା!

  • 26-Feb-2021
  • 0 Comments


ଓଡ଼ିଶା ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ଆପଣାଇ ନଥିବାରୁ ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ କରୋନା ଟୀକାକରଣ ପ୍ରକ୍ରିୟାରୁ ବାଦ ପଡ଼ିବାର ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ କରୋନା ଟୀକାକରଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରି ୧୮୩ ଘରୋଇ ହସ୍ପିଟାଲକୁ ସାମିଲ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ଟୀକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି।

 

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ ଟିକାକରଣ ହେବାକୁ ଥିବାରୁ ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା ରହିଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି।

Related

News