ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ

  • 01-May-2021
  • 0 Comments


ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷର ବର୍ଗର ଲୋକଙ୍କୁ କେଉଁ ସମୟରେ ଟିକା ଦିଆଯିବ, ଟୀକାକରଣ କେନ୍ଦ୍ରରେ ଗହଳି ଏଡାଇବା ପାଇଁ ବିଏମ୍‌ସି ସମୟ ନିର୍ଦ୍ଧାରଣ କରିଛି । ସୂଚନା ମୁତାବକ ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକା ଦିଆଯିବ। ୪୫ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅପରାହ୍ଣ ୩ରୁ ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ଦ୍ବିତୀୟ ଡୋଜ୍‌ ନେବାକୁ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ମିଳିବ ।
 

Related

News