କର୍ଲାଘାଟ ଅଭୟାରଣ୍ୟରେ ହାତୀ ମଡ଼କ

  • 14-Feb-2021
  • 0 Comments


୧୩ ଦିନରେ ୫ଟି ହାତୀ ମରିବା ସାଧାରଣ ଘଟଣା ନୁହେଁ । କର୍ଲାଘାଟର ହାତୀ ଅଭୟାରଣ୍ୟ ପରିବେଶ ଏବେ ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଗୋଟିଏ ପରେ ଗୋଟିଏ ହାତୀ ମରୁଥିବା ଘଟଣାରେ ପଶୁପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟର ପ୍ରାଣୀ ବିଶେଷଜ୍ଞମାନେ ହାତୀ ମରିବାର କାରଣ ଜାଣିଥିଲେ ମଧ୍ୟ ପ୍ରତିକାର କରୁନାହାନ୍ତି । ଫେବୃୟାରୀ ୧ ତାରିଖ ଦିନ କର୍ଲାପାଟ ଅଭୟାରଣ୍ୟରେ ତେନ୍ତୁଳି ପତର ନିକଟରେ ପ୍ରଥମ ମାଈହାତୀର ମୃତ୍ୟୁ ହୋଇଥିଲା। ଠିକ୍‌ ତାର ୮ ଦିନ ପରେ ଗତ ୮ ତାରିଖ କର୍ଲାପାଟ ଘୁଷୁରିଗୁଡ଼ି ନିକଟରେ ଦ୍ୱିତୀୟ ମାଈ ହାତୀର ମୃତ୍ୟୁ ଘଟିଥିଲା। ୧୦ ତାରିଖରେ ତୃତୀୟ ମାଈ ହାତୀର ମୃତଦେହ ସେହି ଘୁଘୁରିଗୁଡ଼ି ନିକଟରୁ ଉଦ୍ଧାର କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୧୧ ତାରିଖ ଦିନ ଚତୁର୍ଥ ହାତୀର ମୃତଦେହ ସେହି ଘୁସୁରିଗୁଡ଼ି ନିକଟରେ ପଡ଼ିଥିବା ବେଳେ ପୁଣି ଗତ ୧୨ ତାରିଖ ରାତିରେ ଆଉ ଏକ ମାଈହାତୀ ଅର୍ଥାତ୍‌ ୫ମ ହାତୀର ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି। କେବଳ ମାଈ ହାତୀ ମରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

 

ହାତୀଗୁଡ଼ିକର ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିବା ପରେ ମୃତ୍ୟୁର କାରଣ ହାମ୍‌ରେଜ୍‌ ସେଫ୍‌ଟିସେମିଆ ବୋଲି ଅନୁମାନ କରିଛନ୍ତି। ସେଥିପାଇଁ ବିଭିନ୍ନ ନାଳର ପାଣି ପରୀକ୍ଷା ପାଇଁ ନିଆଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ସୂଚନାଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ବର୍ତ୍ତମାନ ସୁଦ୍ଧା ହାତୀ ବ୍ୟତୀତ ଅନ୍ୟ କୌଣସି ବନ୍ୟପ୍ରାଣୀର ମୃତ୍ୟୁ ହେବା ଖବର ମିଳି ନାହିଁ।

Related

News