ଠିକସଂସ୍ଥା ପ୍ରତି ସରକାରଙ୍କ ପ୍ରୀତି

  • 22-Mar-2021
  • 0 Comments


ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧିମା


ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖରଶଙ୍କୁଲେଇ ସ୍ଥିତ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରେ ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ଠିକାସଂସ୍ଥା ରଣଜିତ ବିଲ୍ଡକନ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଠିକାସଂସ୍ଥାକୁ ପ୍ରଶାସନ ପକ୍ଷରୁ ଖଣ୍ଡିଏ ନୋଟିସ ପଠାଇ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯିବା ପ୍ରଶାସନର ଠିକଦାର ପ୍ରୀତିକୁ ପଦାରେ ପକାଇଛି। ଘଟଣାର ପୃଷ୍ଠଭୂମି ହେଉଛି, ଖରଶଙ୍କୁଲେଇ ଠାରେ ଦ୍ୱିତୀୟ ବୃହତମ ମହାନଦୀ ସେତୁ ନିର୍ମାଣ ଚାଲିଛି । ଏକ ଉଚ୍ଚତାସମ୍ପନ୍ନ ସେତୁ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଠିକାସଂସ୍ଥା ଆଖି ବୁଜି ଦେଇଛି i ବିନା ଇଂଟର ଷ୍ଟେଟ ମାଇଗ୍ରାଂଟ ଲେବର ଏବଂ ଏମ.ଟି.ଡବ୍ଲୁ ଭଳି ଶ୍ରମିକ ସୁରକ୍ଷା ଲାଇସେନ୍ସରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସ୍ପଷ୍ଟ କରିଛନ୍ତି। 
ଜାନୁଆରୀ ମାସରେ ପ୍ରଥମେ ଜଣେ ଶ୍ରମିକଙ୍କ ମୃତ୍ୟୂ ଘଟିଥିଲା। ଠିକାସଂସ୍ଥା ଏ ଦିଗରେ ସର୍ତକତା ପଦକ୍ଷେପ ଗ୍ରହଣ କରିନଥିଲା। ଯାହାଫଳରେ ଜଣେ ଜଣେ କରି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା ।

 

ଏଭଳି ଘଟଣା ପରେ ଜିଲ୍ଲା ପ୍ରଶାସନ,ପୁଲିସ ପ୍ରଶାସନ,ଶ୍ରମ ଅଧିକାରୀ, ପୂର୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ , ସେଫ୍ଟି କନସଲଟାଂଟ , ସେଫ୍ଟି ମ୍ୟାନେଜର ଭଳି ଦାୟିତ୍ୱରେ ଥିବା ଅଧିକାରୀ ଗଣ ଘଟଣାସ୍ଥଳ ପରିଦର୍ଶନ ପରେ ବି ଠିକାସଂସ୍ଥାର ଭୁଲକୁ ଘଂଟ ଘୋଡାଇ ଦିଆଯାଇଛି ବୋଲି ଅଭିଯୋଗ ଶୁଣିବାକୁ ମିଳୁଛି । ଶ୍ରମ ଆଇନକୁ ଅଣଦେଖା କରି କାର୍ଯ୍ୟ ଚଳାଇଥିବା ଠିକାସଂସ୍ଥା ଉପରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତ ଶ୍ରମିକ ଓ ତାଙ୍କ ପରିବାର ପ୍ରତି ନ୍ୟାୟ ସହିତ ଠିକ ସଂସ୍ଥା ପ୍ରତି ଅନୁକମ୍ପା ଦେଖାଇ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ  ସାଧାରଣରେ ଦାବି ଉଠୁଛି। ଏଥିପ୍ରତି ରାଜ୍ୟ ଶ୍ରମ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Related

News