ଭିଡକୁ ନୁହନ୍ତି ଓଡ଼ିଶାର ତ୍ରିମୁର୍ତ୍ତି  

  • 08-Jul-2021
  • 0 Comments


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇଥିବା ତିନି ଜଣ ବ୍ୟକ୍ତିତ୍ବ ରାଜ୍ୟ ବିଜେପି ପାଇଁ ଲାଭଦାୟକ ହେବାର ଆଭାସ ମିଳୁନି l ଏହି ତିନିଜଣଙ୍କୁ ପାଇ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟ ହୋଇନାହାନ୍ତି ବରଂ ମୋଦିଙ୍କ ଆଶୀର୍ବାଦ ପାଇ ଅଶ୍ୱିନୀ ବୈଷ୍ଣବ , ବିଶ୍ୱେଶ୍ୱର ଟୁଡୁ ଓ ଧର୍ମେନ୍ଦ୍ର ପ୍ରଧାନ ମହାନ ହୋଇ ଯାଇଛନ୍ତି l ଓଡ଼ିଶାରେ ଲୋକପ୍ରିୟତା ହରାଇ ସାରିଥିବା ଧର୍ମେନ୍ଦ୍ର ଅନ୍ୟ ରାଜ୍ୟକୁ ପ୍ରତିନିଧିତ୍ବ କରୁଛନ୍ତି ମାତ୍ର ମୋଦିଙ୍କ ଟିମରେ ଥାଇ ଓଡିଶା ପାଇଁ କାନ୍ଦୁଥିବାର ଅଭିନୟ କରୁଛନ୍ତି l ଟୁଡୁ ଜନଜାତି ସମୁଦାୟକୁ ପ୍ରତିନିଧିତ୍ବ କରୁଥିବା କୁହାଯାଉଥିଲେ ମଧ୍ୟ ତାଙ୍କ ନେତୃତ୍ୱ ବିଜେପିର ଆଦିବାସୀ ମୋର୍ଚାକୁ ସୁଦୃଢ କରିବ ବୋଲି ମନେହୁଏନା l ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ଯିବା ପରଠାରୁ ଆପଣ ବାଟରେ ଖୁସ l ଏମାନଙ୍କ ବଳରେ ମୋଦିଜୀ ନବୀନ ବାବୁଙ୍କ ସହ ଲଢ଼ିବେ ଆଉ ବିଜେପିକୁ କ୍ଷମତାରେ ବସାଇବେ l ହା ହା ହା 
ଓଡିଶା କ୍ଷମତାରୁ ନବୀନଙ୍କୁ ହଟାଇବାର କଳା ଏହି ତିନି ଜଣଙ୍କ ଭିତରୁ କାହାକୁ ମାଲୂମ ନାହିଁ l କ୍ଷମତାସୀନ ଦଳର ବହୁ ଅଳିଆ ଥିଲେ ମଧ୍ୟ ସେମାନେ ଦକ୍ଷତାର ସହ ଘୋଡାଇ ଦେଇ ଲୋକପ୍ରିୟ ବୋଲାଉଛନ୍ତି, ମାତ୍ର ରାଜ୍ୟର ବିଜେପି ନେତା କୌଣସି ଗୋଟିଏ ପ୍ରସଙ୍ଗକୁ କେନ୍ଦ୍ର କରି ନବୀନଙ୍କ ଚୌକି ହଲାଇ ପାରୁନାହାନ୍ତି , ଏହାଠାରୁ ବଳି ଦୁଃଖର ବିଷୟ ଆଉ କଣ ହୋଇପାରେ ବୋଲି ରାଜ୍ୟର ଜଣେ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି l ଓଡ଼ିଶା ପ୍ରସଙ୍ଗରେ ଦୁଇ ମନ୍ତ୍ରୀଙ୍କୁ ସାମିଲ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜନୈତିକ ଦିଗ ଓ ସମୀକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶାସନିକ ଅନୁଭବ ଓ ଦକ୍ଷତାକୁ କାମରେ ଲଗାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ଶ୍ରୀ ବୈଷ୍ଣବ ଗତ କିଛି ଦିନ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ନୀତି ପ୍ରସ୍ତୁତି ଓ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାଜ୍ୟସଭା ଆଲୋଚନାରେ ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢ଼ଙ୍ଗରେ ତଥ୍ୟ ମାଧ୍ୟମରେ ଉପସ୍ଥାପନ କରୁଥିଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାର କାହାରିକୁ ସ୍ଥାନ ମିଳିନି। ବିଜେପିର ୮ ଲୋକସଭା ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ। ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁଙ୍କ ପରେ ଟୁଡୁଙ୍କ ଉପରେ ମୋଦିଜୀ ଭରସା କରିଛନ୍ତି l  
 

Related

News