ପେଟ ନିକଟରେ କରୋନା ସଚେତନତା ମୂଲ୍ୟହୀନ  

  • 22-Jun-2021
  • 0 Comments


ପଶ୍ଚିମ ଓଡିଶାରେ କେନ୍ଦୁପତ୍ର ବେପାର ଉଭୟ ସରକାର ଓ ଶ୍ରମିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ l ଏହି ପତ୍ରର ଲାଭାଂଶରୁ ସିଂହଭାଗ ଅର୍ଥ ରାଜ୍ୟ ରାଜକୋଷକୁ ଯାଉଥିବା ବେଳେ ବ୍ୟବସାୟର ଶ୍ରମିକମାନଙ୍କ ପ୍ରତି କେନ୍ଦୁପତ୍ର ବିଭାଗ ଯଥେଷ୍ଟ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲାର ୮ଟି ରେଞ୍ଜର ପ୍ରାୟ ୩୮୨ଟି ଫଡିଘରେ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦୁପତ୍ର ବନ୍ଧା ଚାଲିଥିବା ବେଳେ କୌଣସି କୋଭିଡ କଟକଣାକୁ କାର୍ଯ୍ୟକାରୀ କରାଯାଉନାହିଁ । ନିରୀହ ଲୋକମାନେ ବିଭିନ୍ନ ଫଡିଘରେ ପତ୍ର ବାନ୍ଧୁଥିବା ବେଳେ ନା ରହୁଛି ସାମାଜିକ ଦୂରତ୍ୱ l କାହାରି ମୁହଁରେ ମାସ୍କ ନାହିଁ । ଶ୍ରମିକମାନେ ଭାଗ୍ୟ ଓ ଭଗବାନଙ୍କୁ ଭରସା କରି କାମ କରୁଥିଲା ବେଳେ ସରକାର ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Related

News