ହାଇକୋର୍ଟରେ ଏକାମ୍ର କାନନ ଫାର୍ମ ଜମି ମାମଲା

  • 06-Nov-2020
  • 0 Comments


ରାଜଧାନୀର ଏକାମ୍ର କାନନ ଫାର୍ମ ଜମି କ୍ରମେ ସାଧାରଣ ପ୍ରଶାସନ ହାତକୁ ଚାଲିଯିବା ମାମଲାରେ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଆଗତ କରାଯାଇଛି । ପିଟିସନରେ ଦର୍ଶାଯାଇଛି, ଏକାମ୍ରକାନନ ପ୍ରାୟ ୫ଶହ ଏକର ଜମି ଉପରେ ରହିଥିବା ବେଳେ ଏହା ଭୁବନେଶ୍ବର ସହରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏହି ବଟାନିକାଲ ପାର୍କ ରାଜ୍ୟ ସରକାରଙ୍କ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଅଂଶବିଶେଷ। ଏକମ୍ରକାନନରେ ବହୁ ଜାତି ପ୍ରଜାତିର ଗଛ ରହିଛି। ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଏକାମ୍ର ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବାକୁ ଉଦ୍ୟାନ କୃଷି ବିଭାଗକୁ କହିଥିଲେ। ଏକାମ୍ରକାନନର ସବୁଜିମାକୁ ନଷ୍ଟ କରି ବ୍ୟବସାୟିକ କୋଠା ନିର୍ମାଣ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଜମି ହସ୍ତାନ୍ତର ନିଷ୍ପତ୍ତି ଜନସ୍ବାର୍ଥ ବିରୋଧୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Related

News